ଖରସ୍ରୋତା ବନ୍ୟା ବିପନ୍ନଙ୍କୁ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) କୋରାଇ : ଏବେ ସଂପୂର୍ଣ୍ଣ ଭାବେ ଛାଡିଯାଇଛି ବର୍ଷା । ଖରସ୍ରୋତା ନଦୀରୁ କମିଯାଇଛି ବନ୍ୟା । ହେଲେ ବିପନ୍ନଙ୍କ ପାଇଁ ଛାଡି ଯାଇଛି ଅଶୁମାରି ଦୁଃଖ । ଖାଇବାକୁ ନାହିଁ ; ହା’ଅନ୍ନ ଚିତ୍କାର ଶୁଭୁଛି ବନ୍ୟାଂଚଳରେ । ଏହି ବିପନ୍ନଙ୍କୁ ସାହୟତା ଦେବା ନିମନ୍ତେ କୋରାଇ କଂଗ୍ରେସ ବିଧାୟିକା ପ୍ରାର୍ଥନୀ ତଥା ପିସିସିର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦତା ପରିଡାଙ୍କ ତତ୍ୱାବଧନାରେ ଜିଲ୍ଲା କଂଗ୍ରେସର

ସାଧାରଣ ସଂପାଦକ ଅକ୍ଷୟକୁମାର ଜେନାଙ୍କ ନେତୃତ୍ୱରେ ଖରସ୍ରେତା ନଦୀପଠାର ତଣ୍ଡାର ଓ ବରେଇ ଆଦି ବିପନ୍ନ ଅଂଚଳରେ ଚୁଡା, ଚିନି, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ରିଲିଫ ବଣ୍ଟନ କରାଯାଇଥିଲା । ଏହି ରିଲିଫ ବଂଟନ କାର୍ଯ୍ୟରେ ପ୍ରସନ୍ନ ସ୍ୱାଇଁ, ଗୋପାଳ ଚନ୍ଦ୍ର ମହାନ୍ତି, କାହ୍ନୁଚରଣ ସାହୁ,ସୁନିଲ ଆଇଚ, ସତ୍ୟ ମଲ୍ଲିକ, ଗଦାଧର ରାଉତ, ସଦାନନ୍ଦ ମଲ୍ଲିକ, ରବିନ୍ଦ୍ର ମଲିକ, ବଳରାମ ମଲ୍ଲିକ ପ୍ରମଖ କର୍ମୀ ଓ କର୍ମକର୍ତା ମାନେ ସାମିଲ ହୋଇ ସହଯୋଗ କରିଥିଲେ । ( ରିପୋର୍ଟ- ରଶ୍ମିରେଖା ମଲ୍ଲିକ )

Exit mobile version