ରାଧା କୃଷ୍ଣ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଜଗତସିଂହପୁର  (ଓଡ଼ିଶା ତାଜା ନ୍ୟୁଜ୍)  :- ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ଧ୍ୟାନକୁଦ ଜଗନ୍ନାଥ ମଠର ନୂତନ ଭାବେ ନିର୍ମିତ ରାଧା କୃଷ୍ଣ ମନ୍ଦିରର ପ୍ରତିଷ୍ଠା ଉଛବ ଆସନ୍ତା 23,24,25 ତାରିଖ ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ମନ୍ଦିର ପରିସରରେ ସୋମବାର ରାତ୍ରରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ମନ୍ଦିରର ମୁଦିରସ୍ତ ବିଜୟ କୁମାର ମିଶ୍ର ସଭା ପତିତ୍ୱ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପିଠାଧୀଶ ବାବା ଅରକ୍ଷିତ ଦାସ,ପାଟରାଜା ପ୍ରଭାତ କୁମାର ନନ୍ଦୀ, କୋଠ କରଣ ବାମଦେବ ସ୍ୱାଇଁ, ବିଶ୍ୱାବସୁ ବିଭୁଦତ୍ତ ସାହୁ, ସନ୍ତୋଷ କୁମାର ମହାନ୍ତି,

ବିଷ୍ଣୁ ମିଶ୍ର, ଅଶୋକ କୁମାର ଜେନା, ଶିଶିର ମହାନ୍ତି, ଦୀପକ ସ୍ୱାଇଁ, ପ୍ରକାଶ ଭୋଇ, ଆଜମୀର ଅଲ୍ଲୀ, ଅକ୍ଷୟ ଜେନା ଦେବେନ୍ଦ୍ର ମହାନ୍ତି, ବିଶ୍ୱମ୍ବର ଜେନା, ପରେଶ ନନ୍ଦୀ, ଅକ୍ଷୟ କୁମାର ଭୂୟାଁ, ବିମଳ ସେଠୀ, ପ୍ରତାପ ଜେନା, ଦ୍ୱାରିକାନାଥ ସାହୁ, ଲଷ୍ମୀଧର ଦାସ, ପିତାମ୍ବତର ବେହେରା ପ୍ରମୁଖ ବହୁ ଗ୍ରାମବାସୀ, ବୁଦ୍ଧି ଜୀବି ଓ ଭକ୍ତ ସାମିଲ ହୋଇ ବୈଠକରେ ଅଂଶଗ୍ରହଣ କରିଥିଲେ l ବିଶେଷ କରି ବୈଠକରେ ନିମ୍ନ ଲିଖିତ ବିଷୟମାନ ହେବାପାଇଁ ସ୍ଥିର କରାଯାଇଥିଲା l

ଆସନ୍ତା 23 ତାରିଖ ରେ କଳସ ଯାତ୍ରା, ଘଟ ସ୍ଥାପନ, 24 ତାରିଖରେ ଯଜ୍ଞ ଆରମ୍ଭ ଓ ସାଧୁ ସନ୍ଥ ସମିଳନୀ, ଭଜନ ସମାରୋହ ସହ ପ୍ରତ୍ୟକ ଦିନ ପ୍ରସାଦ ସେବା କରାଯିବ ବୋଲି ବୈଠକରେ ସ୍ଥିରକରାଯାଇଛି l ଯଜ୍ଞରେ କର୍ତାଭାବେ ପାଟରାଜା ପ୍ରଭାତ କୁମାର ନନ୍ଦୀ ଓ କର୍ତ୍ତୀ ଭାବେ ତାଙ୍କ ପତ୍ନୀ ସୁଭଦ୍ରା ନନ୍ଦୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସ୍ତିରୀ କୃତ ହୋଇଥିଲା l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ସାଧାରଣ ଜନତା, ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି l

Exit mobile version