Home ଓଡ଼ିଶା ରାମନବମୀ ହିନ୍ଦୁମାନଙ୍କ ର ଏକ ସଂସ୍କୃତିକ ପର୍ଵ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ରାମନବମୀ ହିନ୍ଦୁମାନଙ୍କ ର ଏକ ସଂସ୍କୃତିକ ପର୍ଵ ହୋଇଆସିଛି । ଏହି ପର୍ବ ମର୍ଯ୍ୟାଦାପୁରୁଷୋତ୍ତମ ଭାଗବନ ଶ୍ରୀରାମଙ୍କ ଜନ୍ମଦିନ ରୂପେ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ରପକ୍ଷ ନବମୀରେ ପାଳନ କରାଯାଇଥାଏ । ପୁରୀ ଜିଲ୍ଲା ବ୍ରହ୍ମଗିରି ରେ ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀରାମ ସେନା ପକ୍ଷରୁ ଏକ ଶୋଭା ବାହାରିଥିଲା ଯାତ୍ରା କରାଯାଇଛି। ଉତ୍ତରେଶ୍ବର ମନ୍ଦିର ପ୍ରାଙ୍ଗଣରୁ ଅପରାହ୍ନ ସମୟରେ ଶୋଭାଯାତ୍ରା ବାହାରି ବ୍ରହ୍ମଗିରି ବଜାର ପରିକ୍ରମା କରି ସନ୍ଦ୍ୟା ୦୬ ଘଟିକା ସମୟରେ ବ୍ରହ୍ମଗିରୀ ବସଷ୍ଟାଣ୍ଡ ଠାରେ ପହଁଚି ଥିଲେ। ସେଠାରେ ଏକ ସଭା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଶ୍ରୀ ରାମ ନବମୀ ତିଥିରେ ବଡ଼ବେଣାକୁଦି ପଞ୍ଚାୟତ ର ବଡ଼ଦିଆଣ୍ଡି ଏବଂ କହଳପଦା ପଞ୍ଚାୟତ ର କହଳପଦା ଗ୍ରାମରେ ଭଗବତ ମେଳଣ ଓ ରାମନବମୀ ମହୋଉତ୍ସବ ପାଳିତ ହୋଇଥିଲା।ଏଠାରେ ଅନୁଷ୍ଠିତ ହେଉଥିବା ଭଗବତ ମେଳଣ ଏକ ନିଆରା ପରମ୍ପରା।ପ୍ରତେକ ଜାଗାରେ ବିଷ୍ଣୁ ଏବଂ ମହାଦେବ ଙ୍କ ମେଳଣ ହେଉଥିବା ବେଳେ ବ୍ରହ୍ମଗିରି ର ଏହି ଦୁଇଟି ଗ୍ରାମରେ ଭଗବତ ମେଳଣ ଅନୁଷ୍ଠିତ ହୋଇଥାଏ।ଗୋଟିଏ ଜାଗାରେ ଏକାଧିକ ଭଗବତ ଦୋଳ ଦର୍ଶନ କରିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। Categories: ଓଡ଼ିଶା, ପୁରୀ, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026