ମା ବାଲିହରଚଣ୍ଡୀ ଙ୍କ ସର୍ବାଙ୍ଗ ଚନ୍ଦନ ବେଶ

ବ୍ରହ୍ମଗିରି  (ଓଡ଼ିଶା ତାଜା ନ୍ୟୁଜ୍)  :- ପୁରୀ ଜିଲ୍ଲାରେ ଥିବା ଚଣ୍ଡୀ ପୀଠ ମାନଙ୍କ ମଧ୍ୟରୁ ବ୍ରହ୍ମଗିରି ର ମା ବାଲିହରଚଣ୍ଡୀ ପୀଠ ହେଉଛି ଅନ୍ୟତମ । ରାମନବମି ଉପଲକ୍ଷେ ମା ବାଲିହରଚଣ୍ଡୀଙ୍କୁ ସର୍ବାଙ୍ଗ ଚନ୍ଦନ ବେଶରେ ସଜ୍ଜିତ କରାଯାଇଛି। ଆଜି ଭୋର ୪ଟା ରୁ ଦୁଆର ଫିଟା ଯାଇ ମାଙ୍କ ମଙ୍ଗଳଆଳତି,ଅବକାଶ ଓ ତୁଳସୀ ଚନ୍ଦନ ଲାଗି ସରିବାପରେ ନୀତିକାନ୍ତି କରଯାଇଥିଲା । ବଲ୍ଲଭ ନିତି ପରେ ସେବାୟତଙ୍କ ଦ୍ଵାରା ଚନ୍ଦନ ବେଶ କରଯାଇଥିଲା ।

ମା ବାଲିହରଚଣ୍ଡୀ ବସିଥିବା ସୁନାରେ ତିଆରି ପଲିଙ୍କି ବର୍ଷକରେ ଆଜି ଦିନରେ ଭକ୍ତ ମାନେ ଦର୍ଶନ କରିଥାନ୍ତି । ଆଜି ଦିନରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ମା ଙ୍କୁ ଚନ୍ଦନ ବେଶରେ ଦର୍ଶନ କରିଥିଲେ। ତେଣୁ ଆଜିର ଦିନରେ ମା ବାଲି ହରଚଣ୍ଡୀଙ୍କୁ ସର୍ବାଙ୍ଗ ଚନ୍ଦନ ବେଶରେ ଦର୍ଶନ କରିବା ପାଈଁ ସ୍ଥାନୀୟ ଭକ୍ତଙ୍କ ସହ ଜିଲ୍ଲା ବାହାର ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ ହାଇଥିଲା ।

Exit mobile version