Home ଓଡ଼ିଶା ଗୁଲୁଣ୍ଠି ଏସଏସଡି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ଗୁଲୁଣ୍ଠି ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ମହୋତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପି. ସୁରେଶ କୁମାର ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ମଣ୍ଡଳାଧୀଶ ଶ୍ୟାମଘନ ଭୂୟାଁ, ସମ୍ମାନିତ ଅତିଥି ରୂପେ ଗୁଣୁପୁର ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ୍ତ କୁମାର ଦଳେଇ, ପୂର୍ବତନ ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ,ପଗଡ଼ବିଲି ପୂର୍ବତନ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର, ମୁଖ୍ୟବକ୍ତା ଭାବରେ ଗୁଲୁଣ୍ଠି ସରପଞ୍ଚ ମାଝୀଗୌରୀ କଣ୍ଡାଗରୀ , ପୂର୍ବତନ ଗୁଲୁଣ୍ଠି ସରପଞ୍ଚ ଚିନ୍ନା କଣ୍ଡାଗରୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱନାଥ ଶବର, ଜମିଦାତା ବୁଡୁ କଣ୍ଡାଗରୀ ମୁଖ ମଞ୍ଚାସୀନ ଥିଲେ ,ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଯିବା ପରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ସମ୍ମାନିତ କରାଯିବା ସହ ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇଥିବା ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନ ଶିକ୍ଷକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ସେହିପରି ,ସାମ୍ବାଦିକ, ଶୁଭଜିତ ପଟ୍ଟନାୟକ,ସଞ୍ଜୟ କୁମାର ପ୍ରଧାନ, ନରସିଂହ ପରିଛା , ଶିବ ପ୍ରସାଦ ବ୍ରହ୍ମା, ରାମ ଶଙ୍କର ପଟ୍ଟନାୟକ ଙ୍କୁ ମଧ୍ୟ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ପରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ପି ସୁରେଶ କୁମାର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଅଭାବ ଥିବା ଯୋଗୁଁ ଶିକ୍ଷା ପ୍ରଦାନ ରେ ବାଧାପ୍ରାପ୍ତ ହେଉଥିବା କହିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢାରେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣି ଦେଇଥାଏ ଓ ଏପିଜେ ଅବୁଦୁଲ କାଲାମ ଙ୍କ ପାଞ୍ଚଟି ନିୟମ ପିଲା ମାନଙ୍କୁ ବୁଝାଇ ଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।,ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଭାଗ୍ୟଧର ପାଲାକା, ଶିକ୍ଷୟିତ୍ରୀ ଅନିତା ଶବର,ସ୍ମିତାଞ୍ଜଳି ଲେଙ୍କା , ତପସ୍ୱିନୀ ଗୌଡ଼,ସୁମନବାଳା ଭଞ୍ଜ,ପୂଜା ପାଢ଼ୀ, ସାଗରିକା ଶବର, ଏଏନଏମ୍ ସୌଦାମିନୀ ପାତ୍ର, ମେଟ୍ରନ ଅଞ୍ଜୁ ଖୋସଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ,ସିସିଏ ମାନେ ସହଯୋଗ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ଅଂଚଳ ର ଜନସାଧାରଣ ଓ ଅବିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଶିକ୍ଷକ ଭାଗ୍ୟଧର ପାଲାକା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। Categories: ଓଡ଼ିଶା, ରାୟଗଡା, ହୋମ୍ Related Content ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026