ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନିରାକାରପୁର :- ନିରାକାରପୁର ଥାନା ରାମେଶ୍ଵର ଛକରେ ଥିବା ଏକ ଚା’ ପାନ ଦୋକାନରୁ ତାଲା ଭାଗିଂ ଲୁଟ ଥାନାରେ ଅଭିଯୋଗ ସନ୍ଦେହରେ ୬ଜଣ ଲୁଟେରା ଗିରଫ। ଗତ ଶନିବାର ବିଳମ୍ବିତ ରାତିରେ ରାମେଶ୍ୱର ଛକ ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଚା ପାନ ଦୋକାନ ତାଲା ଭାଗିଂ ଚୋରି ହୋଇଛି। ବିଳମ୍ବିତ ରାତିରେ ଲୁଟେରା ମାନେ ଦୋକାନର ତାଲା ଭାଙ୍ଗି ଦୋକାନରେ ଥିବା ମୂଲ୍ୟବାନ ସାମଗ୍ରୀ ଓ ନଗଦ ଟଙ୍କା ନେଇ ଯାଇଥିବା ଦୋକାନ ମାଲିକ ପ୍ରସନ୍ନ ଥାନାରେ ଅଭିଯୋଗ କରିଛନ୍ତି।
