UG ଓ PG ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ରବିବାର ) ଭୁବନେଶ୍ୱର ,ରିପୋର୍ଟ /ସୋନାଲି ମହାରଣା :ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ତିନି ଦିନ ତଳେ UG ଓ PG ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଅପରାହ୍ନ ୩ଟା ରେ ଏଥିରେ ସମସ୍ତ କୁଳପତି, କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କ ସମେତ ଉଚ୍ଚଶିକ୍ଷା ସଚିବ ଭିଡିଓ କନଫରେନ୍ସ ରେ ରହିବେ ହେଲେ ଯେଉଁ ରାଜ୍ୟ ମାନେ ତାରିଖ ଘୁଞ୍ଚେଇବାକୁ ଚାହଁବେ, ସେମାନେ UGC ସହ ପରାମର୍ଶ କରିପାରିବେ ।

ତେବେ ଓଡ଼ିଶାରେ କିପରି ପରୀକ୍ଷା ହେବ, ସେ ନେଇ ବୈଠକରେ ମତାମତ ନିଆଯିବ ସୂଚନା ଅନୁସାରେ, ଅକ୍ଟୋବର ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ସାରିବାକୁ ବି ଅନୁରୋଧ କରିପାରନ୍ତି ନଚେତ ଓଡ଼ିଶା ସରକାର ପୂଜା ଛୁଟି ପରେ ପରୀକ୍ଷା କରିବାକୁ UGC ପାଖରେ ଆବେଦନ କରିପାରନ୍ତି ।

Exit mobile version