ରାଷ୍ଟ୍ର ର ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଜେପି ହି ସର୍ବଶ୍ରେଷ୍ଟ ; ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ସମଗ୍ର ବିଶ୍ୱର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ଭାରତୀୟ ଜନତା ପାର୍ଟି, କାରଣ ଯେବେଠୁଁ ଯଶଶ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ନେତୃତ୍ୱ ଭାରତ ବର୍ଷ ପରିଚାଳିତ ହେଉଛି l 1980 ମସିହା ଏପ୍ରିଲ 6 ତାରିଖ ରେ ବିଜେପି ପ୍ରତିଷ୍ଠା ହୋଇଥିଲା l ଏହି ପ୍ରତିଷ୍ଠା ଦିବସକୁ ସପ୍ତାହ ବ୍ୟାପୀ ସମସ୍ତ ରାଜ୍ୟରେ ବେଶ ଧୁମ ଧାମ ରେ ପାଳିତ ହେଉଛି l ମୋଦିଜୀ ଙ୍କ ପ୍ରଚେଷ୍ଟା ରେ ବର୍ତମାନ ଭାରତୀୟ ଜନତା ପାର୍ଟି ହି ଏକମାତ୍ର ରାଜନୈତିକ ଦଳ ଯିଏ କୀ ସବକା ସାତ ସବକା ବିକାଶ ରେ ବିଶ୍ବସ କରିଥାଏ l
ଓଡିଶା ରେ ଅନୁଷ୍ଠିତ ହୋଇଯାଇଥିବା ସାଧାରଣ ରେ ବିଜେପି ନୂତନ ଭାବେ ସରକାର ଗଠନ କରିବାରେ ସଫଳ ହୋଇଛି l ବିଜେପି କୁ ଓଡିଶା ରେ ସଫଳତା କ୍ଷେତ୍ରରେ ଅଗ୍ରସର କରାଇଥିବା ବ୍ୟକ୍ତି ଙ୍କ ମଧ୍ୟରୁ ଅନ୍ୟତମ ବ୍ୟକ୍ତି ହେଉଛନ୍ତି ନିମାପଡା ର ରାଜନୀତି ର ବହୁଚର୍ଚ୍ଚିତ ରାଜନେତା ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ l ଯାହାଙ୍କ ନେତୃତ୍ୱ ନିମାପଡା ରେ ଏକ ଇତିହାସ ସୃଷ୍ଟି ହୋଇଥିଲା l ଯାହାର ଫଳସରୂପ ଆଜି ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଥମ ଥର ପାଇଁ ବିଧାୟିକା ହେବା ସହିତ ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ଭାବେ ବିରାଜିତ ହୋଇଛନ୍ତି l
