Home ଓଡ଼ିଶା ଗୋପରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରେନବୋ ଚମ୍ପିୟାନ ହୋଇଥିବେଳେ ଗୋପ ରନର୍ସଅପ ହୋଇଥିଲା ଗୋପ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ଗୋପ ମା ଭବାନୀ ଭଲିବଲ ଦିବାରାତ୍ରି ଟୁର୍ନାମେଣ୍ଟ ଗତ କାଲି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶା ର ବଛା ବଛା ମୋଟ ଚାରୋଟି ଦଳ ଅଂଶଗ୍ରହଣ କରିଥିଲେ l ବାଲେଶ୍ୱର ଭଲିବଲ ଟିମ, ପୁରୀ ଭଲିବଲ ଟିମ, ଭୁବନେଶ୍ୱର ରେନବୋ ଭଲିବଲ ଟିମ ପରସ୍ପର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ସମୟରେ ଗୋପ ଥାନା ର ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପଡ଼ିହାରୀ ଓ ବରିଷ୍ଟ କ୍ରୀଡ଼ାବିତ କୃଷ୍ଣଚନ୍ଦ୍ର ପୃଷ୍ଠି, ଙ୍କ ଦ୍ଵାରା ଅନୁଷ୍ଠାନ ଭାବେ ଉଦ୍ଘାଟନ କରାଯାଇଥିଲା l ସମ୍ନାନୀୟ ଅତିଥିଭାବେ ନିଗମାନନ୍ଦ ହାଇସ୍କୁଲ ର ପ୍ରଧାନଶିକ୍ଷକ ସୁବାସ ଚଦ୍ର ପ୍ରଧାନ, ଯୁବନେତା ମନ୍ଦୀପ ପାଇକେରାୟ, ଯୋଗ ଦେଇଥିଲେ l ପରବର୍ତ୍ତୀ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇଥିଲେ, ସମ୍ମାନୀୟ ଅତିଥିଭାବେ ଗୋପ ପଞ୍ଚାୟତ ସରପଞ୍ଚ ସୁଲୋଚନା ଦାସ, ବିଜେପି ଯୁବମୋର୍ଚା ସଭାପତି ଶିବପ୍ରସାଦ ସ୍ୱାଇଁ , ଗୋପ ବ୍ଲକ ର କଂଗ୍ରେସ ର ବିଶିଷ୍ଟ ଯୁବନେତା ଜିତେନ୍ଦ୍ର ସାହୁ ( ବୁଟୁ ) ପ୍ରଭୁତି ଅଂଶଗ୍ରହଣ କରିଥିଲେ l ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ ଖେଳ ଓ ଖେଳାଳି ଙ୍କୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି ବିବେଚନା କରିଥିଲେ l ପରିଶେଷରେ ଆୟୋଜକ ଦଳ ଓ ଭୁବନେଶ୍ୱର ରେନବୋ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ସେଥିରେ ରେନବୋ ଭୁବନେଶ୍ୱର ଗୋପ କୁ ହରାଇ ଚମ୍ପିଆନ ଟ୍ରଫି ସହିତ 10 ହାଜର ଏକ ଟଙ୍କା ଗ୍ରହଣ କରିଥିଲା l ଠିକ ସେହିପରି ଉପ ବିଜେତା ଦଳ ମା ଭବାନୀ ଭଲିବଲ ଟିମ କୁ 8 ହାଜର ଏକ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଉକ୍ତ ମ୍ୟାଚ କୁ ଦୁଇଜଣ ଜାତୀୟ ସ୍ତରୀୟ ରେଫରୀ ଙ୍କ ଦ୍ଵାରା ପରିଚାଳିତ କରାଯାଇଥିଲା ସେମାନେ ହେଲେ :- ଶ୍ରୀକାନ୍ତ ନାୟକ ( ବୁଟୁ ) ଓ ବିଦ୍ୟୁତଭୂଷଣ ରଥ ଠିକ ଦୁଇଜଣ ରାଜ୍ୟସ୍ତରୀୟ ଦୁଇଜଣ ରେଫରୀ ମଧ୍ୟ ସହାୟତା କରିଥିଲେ ସେମାନେ ହେଲେ କିଶୋର ମିଶ୍ର ଓ ପ୍ରିୟାରଞ୍ଜନ ସାହୂ l ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ଗୋପ ଭଲିବଲ ଟିମ ର ପିଣ୍ଟୁ ଙ୍କୁ ପ୍ରଦାନ କରାଯାଇଥିଲା l ଶ୍ରେଷ୍ଠ ସେଣ୍ଟର ମ୍ୟାନ ଭାବେ ଭୁବନେଶ୍ୱର ର ରେନବୋ ଙ୍କୁ ପ୍ରଦାନ କରାଯାଇଥିଲା l ଆଉ ଶ୍ରେଷ୍ଠ ପ୍ରତିରକ୍ଷା ଖେଳାଳି ଭାବେ ଗୋପ ଟିମ ର ଅନିଲ କୁମାର ସେନାପତି ଙ୍କୁ ପ୍ରଦାନ କରାଯାଇଥିଲା l ବେଷ୍ଟେ ଲିବ୍ରୋ ଭାବେ ଭୁବନେଶ୍ୱର ର ରେନବୋ ଦଳ କୁ ପ୍ରଦାନ କରାଯାଇଥିଲା l ଖେଳ କୁ ପରିଚାଳନା ରେ ସହାୟତା କରିଥିଲେ ସୁବାସ ସାର, ରାଜା ସାର, ମଣ୍ଟା, ଓ ମା ଭବାନୀ ବୁଲିବଲ ଟିମ ର ସମସ୍ତ ଖେଳାଳି l ପରିଶେଷରେ ଉତ୍ସର୍ଗ ପରିବାର ପକ୍ଷରୁ ସ୍କୁଲ ପରିସରକୁ ସଂପୂର୍ଣ୍ଣ ସଫେଇ କରାଯାଇଥିଲା l Categories: ଓଡ଼ିଶା, ପୁରୀ, ହୋମ୍ Related Content ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026 ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ by Proprietor Abhimanyu Maharana August 5, 2026 ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ by Proprietor Abhimanyu Maharana August 5, 2026