ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶାର ସର୍ବବୃହତ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡା ଉପଖଣ୍ଡ ଗତ ୨ ଦଶନ୍ଧି ଧରି ଉଭୟ ରାଜନୈତିକ ଓ ଉନ୍ନୟନ କ୍ଷେତ୍ରରେ ଚର୍ଚ୍ଚାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି। ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଭୌଗୋଳିକ କଳେବର ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ବି ଆଶାତୀତ ଭାବେ ବୃଦ୍ଧି ପାଇଛି | ଏନଏସି ସହ ବିଭିନ୍ନ ଗ୍ରାମାଞ୍ଚଳରୁ ଦୈନନ୍ଦିନ ଶହ ଶହ ଲୋକଙ୍କ ସହରକୁ ଆତଯାତ ଲାଗି ରହିଛି । ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ଦ୍ରବ୍ୟ ପଦାର୍ଥ କ୍ରୟ ବିକ୍ରୟ ସକାଶେ ସକାଳୁ ରାତ୍ରୀ ଯାଏଁ ଗହଳ ଚହଳ ଲାଗି ରହୁଛି।
