Home ଓଡ଼ିଶା ବିନା ଅନୁମତିରେ ରାସ୍ତା କରିବା ମହଙ୍ଗା ପଡିଲା ଠିକାଦାର ଓ ଯନ୍ତ୍ରୀଙ୍କୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବନ୍ଧ ଉପରେ ରାସ୍ତା ନିର୍ମାଣ ପାଇଁ କୌଣସି ଅନୁମତି ଦିଆ ଯାଇ ନାହିଁ କି କେହିବି ଅନୁମତି ମାଗି ନାହାଁନ୍ତି । ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ ଜିଲ୍ଲା :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ, ନରେନ୍ଦ୍ରପୂର୍ ପଂଚାୟତର ବଧିପାଟଣା ଗ୍ରାମ ଦେଇ ନିର୍ମିତ ହେଉଥିବା ଆର୍ ଡି ରୋଡ , ଗ୍ରାମର ପାହାଡ଼ ପାଦଦେଶରେ ଅବସ୍ଥିତ ଏମ ଆଇ ଅଧିନସ୍ଥ “ବଡ଼ ବନ୍ଧ” ଉପରେ ବିନା ଏମ ଆଇ ଅଫିସ ଅନୁମତିରେ ରାସ୍ତା ନିର୍ମାଣକୁ ଏମ ଆଇ ଇଞ୍ଜିନିୟର ଝୁନାରାଣି ମଙ୍ଗରାଜ ନା ପସନ୍ଦ କରିବା ସହ , ରାସ୍ତା ନିର୍ମାଣରେ ରୋକ୍ ଲଗାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ରାସ୍ତା ନିର୍ମାଣ ପାଇଁ ବନ୍ଧର ଶିଖର ଭାଗରୁ ଏକ ରୁ ଦୁଇ ଫୁଟ ଭଳିଆ ମାଟି କାଟି ରାସ୍ତା ଚଉଡ଼ା କରିବା ପାଇଁ ଠିକାଦାର ପ୍ରୟାସ କରିଛନ୍ତି । ରାସ୍ତା ନିର୍ମାଣ ରେ ଉପସ୍ଥିତ ସୁପରଭାଇଜରଙ୍କୁ ପଚରିବାରେ କୁହନ୍ତି ତାଙ୍କୁ ଆର ଡି ଜେଇ ଓ ଏସ ଡି ଓ କହିବାରୁ ସେ ବନ୍ଧ ଉପରେ ରାସ୍ତା ନିର୍ମାଣ ପାଇଁ ପ୍ରୟାସ କରିଛନ୍ତି । ଆର୍ ଡି ଯେଇ ଦିଲ୍ଲିପ କୁମାର ବରାଳଙ୍କୁ ପଚାରିବାରୁ କୁହନ୍ତି ତାଙ୍କୁ ସ୍ଥାନୀୟ ବାସିନ୍ଦା ବନ୍ଧ ଉପରେ ରାସ୍ତା ନିର୍ମାଣ ପାଇଁ କହିଥିଲେ । ଯଦି ଏମ୍ ଆଇ ଜେ଼ଇ କିମ୍ୱା ଲୋକେ ମନା କରୁଛନ୍ତି, ତେବେ ସେ ବନ୍ଧ ଉପରେ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିଦେବେ । ଏମ ଆଇ ଜେ ଇ ଝୁନାରାଣୀ ମଙ୍ଗରାଜଙ୍କ କହିବା ଅନୁଯାୟୀ, ସେ ବଡ଼ ବନ୍ଧରୁ ଜଳ ସେଚନ ବ୍ୟବସ୍ଥା କରାଯାଇଛି ଏବଂ ଚାଷୀ ମାନେ ଜଳକର ବି ଦେଉଛନ୍ତୀ, ଭବିଷ୍ୟତରେ ପୁଣି ତାକୁ ପୁନରୁଦ୍ଧାର କରାଯାଇ ଜଳ ଧାରଣ କ୍ଷମତା ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆ ଯାଇଛି। ମନ ଇଚ୍ଛା ବନ୍ଧ ହୁଡ଼ାରୁ ମାଟି କାଟିବା ଠିକ୍ ନୁହେଁ । ବନ୍ଧ ଉପରେ ରାସ୍ତା ନିର୍ମାଣ ପାଇଁ କୌଣସି ଅନୁମତି ଦିଆ ଯାଇ ନାହିଁ କି କେହିବି ଅନୁମତି ମାଗି ନାହାଁନ୍ତି । ସେ ଫୋନ ଯୋଗେ ଆର ଡି ଜେଇ ଦିଲ୍ଲିପ କୁମାର ବରାଳଙ୍କୁ ବନ୍ଧ ଉପରେ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ କହିଛନ୍ତି । ଉକ୍ତ ରାସ୍ତାଟି ପାହାଡ ଉପର ଦେଇ ଯାଉଥିବା ଦେଖିବାକୁ ମିଳିଛି କାରଣ ପାହାଡ ଉପରେ ଆଠ ଦଶ ପରିବାର ବସବାସ କରୁଥିବା ଦେଖିବାକୁ ମିଳିଛି । ବିନା ଅନୁମତିରେ ବନ୍ଧ ଉପରିଭାଗ ମାଟି କାଟିବା ଆର ଡି ବିଭାଗକୁ ଠିକାଦାରଙ୍କୁ ମହଙ୍ଗା ପଡ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026