ନୟାଗଡ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢ଼ିପି ପଞ୍ଚାୟତ ରଗଡ଼ି ସାହି ଗ୍ରାମରେ ଶ୍ରୀ ରଘୁନାଥ ଜୀଉଙ୍କ ସାମୁହିକ ଗୋଷ୍ଠୀକେନ୍ଦ୍ର ନୂତନ ଗୃହ ଉଦଘାଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ସାମୁହିକ ଗୋଷ୍ଠୀକେନ୍ଦ୍ର ନୂତନ ଗୃହ ଶୁଭ ଉଦଘାଟନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

