
ଓଡ଼ିଶା ତାଜା ନିୟୁଜ୍ (୩୦ ଅଗଷ୍ଟ ରବିବାର ) ଭୁବନେଶ୍ୱର ,ରିପୋର୍ଟ /ସୋନାଲି ମହାରଣା :– ଏକାମ୍ର ନିର୍ବାଚନ ମଣ୍ଡଳୀର ଦୟା ନଦୀରେ ବନ୍ୟା ସ୍ଥିତି ଅନୁଧ୍ୟାନ କରି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦୟା ନଦୀର ଉଭୟ ପାର୍ଶ୍ଵ ବନ୍ଧ ବୁଲି ଦେଖିଥିଲେ । ଏବଂ ପୁରୀ ଜ
ଳସମ୍ପଦ ବିଭାଗ, ପ୍ରାଚୀ ଜଳ ସମ୍ପଦ ବିଭାଗ,ପୂର୍ତ୍ତବିଭାଗ ର ଯନ୍ତ୍ରୀ ମାନଙ୍କୁ ନଦୀବନ୍ଧ ଉପରେ କିପରି ବିପଦ ନ ଆସେ ସେଥିଲାଗି ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଇଟିପୁର୍, ଟିକରପଡା, ଧଉଳୀ,ଲୀଙ୍ଗିପୂର୍ ଏବଂ ବାସୁଆଘାଇ ଗ୍ରାମପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ମାନେ ମାଧ୍ୟ ଉପସ୍ଥିତ ଥିଲେ।
