ଡମଣଭୂଇଁରେ ପ୍ରଥମ ବାର୍ଷିକ ୯କୋଠି ପାଟଦଣ୍ଡ ଶମ୍ଭୁ ମିଳନ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ଡମଣଭୂଇଁ :- ସପ୍ତଦଶ ଶତାବ୍ଦୀ ରେ ମହର୍ଷି କ୍ରତୁ ଦଣ୍ଡନୃତ୍ୟ ପରମ୍ପରା ସୃଷ୍ଟି କରିଥିଲେ ବୋଲି ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡରେ ବର୍ଣ୍ଣନା କରାଯାଇଛି l ସୁପ୍ତ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନା କୁ ଜାଗ୍ରତ କରିବା ଓ ମାନବ ସମାଜ କୁ ଶୃଙ୍ଖଳିତ କରିବା ଥିଲା ଦଣ୍ଡନୃତ୍ୟ ର ଭୂମିକା l ଡମଣଭୂଇଁ ଗ୍ରାମର କାମନାଦେବୀଙ୍କ ଆହ୍ୱାନ କ୍ରମେ ଖେଳପଡିଆ ପରିସରରେ ପ୍ରଥମ ବାର୍ଷିକ ୯କୋଠି ପାଟଦଣ୍ଡ ଶମ୍ଭୁ ମିଳନ ମହାସମାରୋହ ରେ ଅନୁଷ୍ଠିତ ହୋଇଛି l

ଏହି ଶମ୍ଭୁଦଣ୍ଡ ମିଳନରେ କାମନାଦେବୀ ସ୍ଥାନାଧିପତି ହୋଇଥିଲା ବେଳେ ନିମନ୍ତ୍ରଣ ହୋଇ ଆସିଥିବା ୯ମୈ।ଜାର ଠାକୁର ମାନେ ହେଲେ ଶ୍ରୀକୃଷ୍ଣେଶ୍ୱର ଦେବ ଡମଣଭୂଇଁ,ଶ୍ରୀ ଐଶାନେଶ୍ୱର ଦେବ ଭୂଷଣ୍ଡପୁର ,ଶ୍ରୀ ବାଲୁଙ୍କେଶ୍ୱର ଦେବ ବାଲିନାଶି,ଶ୍ରୀ ଗ୍ରାମେଶ୍ୱର ଦେବ ଜାଗୁଳାଇପଦର ,ଶ୍ରୀ ଗ୍ରାମେଶ୍ୱର ଦେବ କଳାପଦର, ଶ୍ରୀ ଚଣ୍ଡୀହର ଦେବ ମାନସିଂହ ପୁର,ଶ୍ରୀ ବାଲୁଙ୍କେଶ୍ୱର ଦେବ ହାଟବରଡି, ଶ୍ରୀ ନିକଣ୍ଠେଶ୍ୱର ଦେବ ବଡପଦରର ଠାକୁର ଏକତ୍ରୀତ ହୋଇଥିଲେ ।

ଭକ୍ତ ଶ୍ରଦ୍ଧାଳୁ ମାନେ ପାଟଦଣ୍ଡ ଶମ୍ଭୁ ମାନଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।ଡମଣଭୂଇଁ ଖେଳ ପଡିଆରେ ଭକ୍ତି ପରିମେୟ ପରିବେଶ ମଧ୍ୟରେ ହରିବୋଲ ହୁଳହୁଳି ରେ ନାମସଂକିର୍ତ୍ତନ, ଭଜନ କିର୍ତ୍ତନ ରେ ଫାଟି ପଡୁଥିଲା।ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଥିଲା । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନେ ପାଟଦଣ୍ଡ ଶମ୍ଭୁ ମାନଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ।

Exit mobile version