ହାଜିପୁର ମହାବୀର ଙ୍କ ପ୍ରତିଷ୍ଠା ଉଚ୍ଛବ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଶନିବାର ଅଶୋକା ଅଷ୍ଟମୀ ତିଥିରେ ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ବଜାରରେ ଥିବା ମହାବୀର ଙ୍କ 15 ତମ ପ୍ରତିଷ୍ଠା ଉଚ୍ଛବ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ହାଜିପୁର ବଜାର କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରତିଷ୍ଠା ଉଚ୍ଛବରେ କଳସ ସ୍ଥାପନ,

ପୂଜା ଅର୍ଚନା, ହନୁମାନ ଚାଳିଶା, ପାରାୟଣ, ହୋମ ଯଜ୍ଞ, ପୁଷ୍ପାଞ୍ଜଳି ଆଦି କାର୍ଯ୍ୟକ୍ରମ ମାନ କରାଯାଇଥିଲା l ସନ୍ଧ୍ୟାରେ କାମଶାସନ ଗ୍ରାମର କାହ୍ନl ଙ୍କର ମା ‘ ଜାଡୁଆଣି ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା l ଏହି ଆଧ୍ୟାତ୍ମିକ କାର୍ଯ୍ୟ ଦେଖିବା ପାଇଁ ବହୁ ଭକ୍ତ ଦର୍ଶକ ବଜାରରେ ରୁଣ୍ଡ ହୋଇଥିଲା l

Exit mobile version