ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ଜନପ୍ରିୟ ନେତା, ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଊନବିଂଶତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ ସଭାଗୃହରେ ଅନୁଷ୍ଠାନର ସଭାପତି ଡକ୍ଟର ନୀଳକଣ୍ଠ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସୁଶ୍ରୀ ପ୍ରତିମା ପଣ୍ଡା, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷା ସ୍ଥାୟୀ ଲୋକ ଅଦାଲତ, ପୁରୀ ଉଦଘାଟକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ଉପନିର୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ପୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ ।

