Home ଓଡ଼ିଶା ନାମ ଫଳକ ଓଡ଼ିଆ ରେ ଲେଖିବା ଅଭିଯାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଓଡ଼ିଆ ପକ୍ଷ ପାଳନର ୪ର୍ଥ ଦିବସରେ ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବାଣପୁର ସ୍ଥିତ ସାହିତ୍ୟ ସିନ୍ଦୁରା ଓ ବାଲୁଗାଁ _ବାଣପୁର ଶାଖା ଭାଷା ସାହିତ୍ୟ ସମ୍ମିଳନୀ ର ମିଳିତ ଆନୁକୂଲ୍ୟରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ର ନାମ ଫଳକ, ବିଜ୍ଞାପନ ଓ ହୋର୍ଡିଙ୍ଗ ଆଦି ନିର୍ଭୁଲ ଓଡ଼ିଆ ରେ ଲେଖିବା ଆହ୍ବାନ ଦିଆଯାଇ ଏକ ସଚେତନତା ଶୋଭାଯାତ୍ରା ପ୍ରଦର୍ଶିତ କରା ଯାଇଥିଲା। ସାହିତ୍ୟ ସିନ୍ଦୁରା ର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପରିଡ଼ା ଓ ଭାଷା ସୁରକ୍ଷା ସମ୍ମିଳନୀ ର ସଭାପତି ରଙ୍ଗନାଥ ସେଠି ଙ୍କ ନେତୃତ୍ବରେ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ସାହିତ୍ୟିକ ଓ ଭାଷାପ୍ରେମୀ ଙ୍କ ଗହଣରେ ଏହି ପଦଯାତ୍ରା ଇତିହାହ ପ୍ରସିଦ୍ଧ ପଲଟଣ ପଡିଆ ସନ୍ନିକଟ ମା ଟିକିରାଈ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣ ରୁ ବାହାରି କଚେରୀ ଛକ, ବ୍ଲକ ଛକ, ପାଣ୍ଡିରିପଦର ଛକ ଥାନା ଛକ, ଗୋଦାବରୀଶ ମହାବିଦ୍ୟାଳୟ ଛକ ଦେଇ ବାଣପୁର ସହର ପରିକ୍ରମା କରି ଵିଷରପାଟଣା ଛକ ଠାରେ ଏହି ଅଭିଯାନର ପରିସମାପ୍ତି ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଭୟ ସଂଗଠନ ର ବ୍ୟକ୍ତି ମାନଙ୍କ ମଧ୍ୟରେ ପ୍ରାକ୍ତନ ଶିକ୍ଷକ ଲକ୍ଷ୍ମୀ ଚରଣ ପ୍ରଧାନ, ଶିକ୍ଷକ ନେତା ଶିଶିର କୁମାର ଦାସ, ଭଗବତୀ କଳା ନିକେତନ ର ସମ୍ପିଦିକା ବିଷ୍ଣୁ ପ୍ରିୟା ବାରିକ, ଭାଷା ସୁରକ୍ଷା ସମ୍ମିଳନୀ ର ସମ୍ପାଦକ ଶେଷଦେବ ମହାରଣା, ଆଇନଜୀବୀ ରବୀନ୍ଦ୍ର ନାଥ ମାନସିଂହ, ଏକତା ପରିଷଦ ଟ୍ରଷ୍ଟ ର ସମ୍ପାଦିକା ସୁଶ୍ରୀ ସନ୍ଧ୍ୟା ଦେଵୀ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ , ଗବେଷକ ମଦନମୋହନ ମହାପାତ୍ର ପ୍ରମୁଖ ସାମିଲ୍ ହୋଇ ଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବିରିଡିରେ ମୋରମ ପର୍ବ ପାଳିତ by Proprietor Abhimanyu Maharana June 27, 2026 ୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana June 27, 2026 ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ by Proprietor Abhimanyu Maharana June 27, 2026 ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର by Proprietor Abhimanyu Maharana June 27, 2026 ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ by Proprietor Abhimanyu Maharana June 27, 2026 ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି by Proprietor Abhimanyu Maharana June 27, 2026