
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ରବିବାର ) କଳାହାଣ୍ଡି :– ଆଜି ଅପରାହ୍ନ ୫ଟା ସୁଦ୍ଧା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ୫୪ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । ଗତକାଲି ରାତିରେ ଆହୁରି ୨୧ଟି ପଜିଟିଭ ମାମଲା ମଧ୍ୟ ଜିଲ୍ଲାରେ ରିପୋର୍ଟ କରାଯାଇଛି ।
ଏହି ସମୁଦାୟ ସହିତ ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ପଜିଟିଭ ମାମଲା ୧୪୪୭ ହୋଇଛି । ଏଥି ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧୦୫୦ ଜଣ ବ୍ୟକ୍ତି ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)
