ରଘୁ-ଦିବାକରଙ୍କ ଜୀବନ ଓ ଆଦର୍ଶ ଆମ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ
ସେମାନଙ୍କ ବଳିଦାନ ଆମ ଉତ୍ତରପିଢିକୁ ସବୁବେଳେ ଅନୁପ୍ରାଣିତ କରୁଥିବ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବ୍ରିଟିଶ ସରକାରଙ୍କ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ରଣପୁରର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା । ଏହି ସଂଗ୍ରାମର ପୁରୋଧା ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ବ୍ରିଟିଶ ସରକାର ଫାଶୀଖୁଣ୍ଟରେ ଝୁଲାଇ ଦେଇଥିଲେ । ତାଙ୍କର ଏହି ବଳିଦାନର ପ୍ରତିବଦଳରେ ଦେଶରୁ ଅତ୍ୟାଚାରୀ ଇଂରେଜ ଶାସନ ତଥା ରାଜାରାଜୁଡ଼ା ଶାସନର ଅବସାନ ଘଟିଲା । ଓଡ଼ିଶା ମାଟିର ସେହି ସୁଯୋଗ୍ୟ ବରପୁତ୍ରମାନଙ୍କ ବୀରତ୍ୱର ଇତିହାସ ପାଇଁ ଆଜି ଆମେ ଗର୍ବିତ ବୋଲି ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଅମର ଶହୀଦ ରଘୁ-ଦିବାକରଙ୍କ ଶ୍ରାଦ୍ଧଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
