ଅଡାଳିଆ ଭାଗବତ ମେଳଣ ଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଆମଣ ପଞ୍ଚାୟତ ଅଡ଼ଆଳିଆ ଗ୍ରାମର ଭାଗବତ ବାସୁଦେବଙ୍କ ମେଳନ ଯାତ୍ରା ମହୋତ୍ସବ ପାଇଁ ଆହୁତ ପ୍ରସ୍ତୁତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅଡାଳିଆ ହନୁମାନ ମନ୍ଦିର ପରିସରରେ ଥିବା କମ୍ୟୁନିଟି ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ନୂଆଗଡ଼ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ତଥା ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପାଇକସାହି ଗ୍ରାମ୍ୟ କମିଟିର ସଭାପତି ଦିଲିପ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ ।

ଏହି ପ୍ରସ୍ତୁତି ବୈଠକରେ କଟକ ସଦର ଥାନାର ଆଇଆଇସି ଓମ୍ ପ୍ରକାଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପ୍ରତାପନଗରୀ ଗ୍ରାମ ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ ସ୍ୱାଇଁ , ଲକ୍ଷେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ଗୁଣନିଧି ପଟ୍ଟନାୟକ , ଅଡ଼ଆଳିଆ ଗ୍ରାମର ବୟଜ୍ୟେଷ୍ଠ ବକ୍ତି ତଥା ପୂର୍ବତନ ଗ୍ରାମ୍ୟ କମିଟିର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ବୈଭବ ରିଅଲ ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ତଥା ଅଡାଳିଆ ଗ୍ରାମର ଯୁବ ପ୍ରତିଭା ବନମାଳୀ ସାହୁ , ସଇଁନ୍ଧା ନଛିପୁର ଆଞ୍ଚଳିକ ଗଜଲକ୍ଷ୍ମୀ ପୂଜା ଶାନ୍ତି କମିଟିର ସଂପାଦକ ଜ୍ୟୋତିରମୟ ବେଉରା ,

ରାମନଗର ଗ୍ରାମ୍ୟ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ନଖରା ଗ୍ରାମ୍ୟ କମିଟିର ପୂର୍ବତନ ସଭାପତି ନଳିନ କୁମାର ସ୍ୱାଇଁ, କଟକ ସଦର ଥାନା ଅଞ୍ଚଳ ଶାନ୍ତି କମିଟିର ସଂପାଦକ ତଥା ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର ,ଲଳିତ କୁମାର ଦାଶ, ବଳରାମ ସାହୁ, କାନନ ବିହାରୀ ନାୟକ ଯୋଗ ଦେଇ କହିଲେଯେ , ଅଡାଳିଆ ଗ୍ରାମର ପୂରାତନ ଭାଗବତ ମେଳନ ଯାତ୍ରା ମନମାଳିନ ଯୋଗୁଁ କିଛି ବର୍ଷ ବନ୍ଦ ରହିଥିଲା ।

ଏବେ ଗ୍ରାମର ସମସ୍ତ ଯୁବକ ଏବଂ ମୁରବୀମାନେ ଏକତ୍ରିତ ହୋଇ ପଛ କଥାକୁ ଭୁଲି ଗ୍ରାମର ସୁନାମ ବଜାୟ ରଖିବା ପାଇଁ ଭାଗବତ ମେଳନ ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ କରିବାପାଇଁ ଆଜିର ପ୍ରସ୍ତୁତି ବୈଠକୁ ବିଭିନ୍ନ ଗ୍ରାମର ସଭାପତିଙ୍କୁ ଡାକି ସେମାନଙ୍କ ପରାମର୍ଶକୁ ଗ୍ରହଣ କରି ଯାତ୍ରାକୁ ସଫଳ କରିବା ଅଡାଳିଆ ଗ୍ରାମର ଯୁବକ ମାନଙ୍କ ପାଇଁ ଏକ ସୁନ୍ଦର ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ । ଅଡାଳିଆ ଗ୍ରାମର ବିଭିନ୍ନ ପୂଜା ପର୍ବ ପରବାଣି ମିଳିମିଶି କଲେ ଅଡାଳିଆ ଗ୍ରାମର ଭାଇଚାର ସୂଦୃଢ଼ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି ନିମନ୍ତ୍ରିତ ଅତିଥିମାନେ ପ୍ରସ୍ତୁତି ବୈଠକରେ ପରାମର୍ଶ ଦେଇଥିଲେ ।

ଏହି ପ୍ରସ୍ତୁତି ବୈଠକ ଡାକିବା ପାଇଁ ଉଦ୍ୟମ କରିଥିବା ଅଡାଳିଆ ଗ୍ରାମ ଯୁବକ ସଂଘର ସଭାପତି ବସନ୍ତ କୁମାର ପୃଷ୍ଟି ଓ ସନ୍ୟାସୀ ପୃଷ୍ଟିଙ୍କ ଉଦ୍ୟମକୁ ଅତିଥି ମାନେ ପ୍ରସଂଶା କରିଥିଲେ । ଗ୍ରାମ ସମସ୍ତ ଯୁବକ ପଛ କଥା ସବୁ ଭୁଲି ଗ୍ରାମରେ ହେବାକୁ ଥିବା ବିଭିନ୍ନ ପର୍ବ ପର୍ବାଣୀକୁ ମିଳିମିଶି କରିଲେ ଅଡାଳିଆ ଗ୍ରାମ ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଅଡାଳିଆ ଗ୍ରାମର ସମସ୍ତ ଯୁବ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । 

Exit mobile version