Home ଓଡ଼ିଶା ଅବ୍ୟବସ୍ଥା ଘେରରେ ସରକାରୀ ଆଶ୍ରମ ବିଦ୍ୟାଳୟ : ସିମାନ୍ତ ବର୍ତ୍ତି ଅଞ୍ଚଳରେ ଥିବା ଏହି ବିଦ୍ୟାଳୟ ପ୍ରତି ପ୍ରଶାସନର ନିଘା ନାହିଁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଅବ୍ୟବସ୍ଥା ଘେରରେ ସରକାରୀ ଆଶ୍ରମ ବିଦ୍ୟାଳୟ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ନା ଅଛି ଆବଶ୍ୟକ ଅନୁଯାୟୀ ଶୌଚାଳୟ ନ ଅଛି ପାଣିର ସୁ ବ୍ୟବସ୍ଥା । ସେପଟେ ନାହଁ ସୁରକ୍ଷିତ ଶ୍ରେଣୀ ଗୃହ, ପୁଣି ବିପଦ ସଂକୁଳ ଛାତ୍ରୀ ନିବାସରେ ରହୁଛନ୍ତି ଛାତ୍ରୀ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ କନ୍ଧମାଳ-ରାୟଗଡ଼ା ଜିଲ୍ଲା ସିମାନ୍ତବର୍ତ୍ତି ଅଞ୍ଚଳ ଦୁର୍ଗାପଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ l ଏହି ବିଦ୍ୟାଳୟଟି ଜିଲ୍ଲା ମୁଖ୍ୟାଳୟ ରୁ ପ୍ରାୟ ୧୬୦ କିଲୋମିଟର ଦୂର ଏବଂ ବାଲିଗୁଡ଼ା ଉପଖଣ୍ଡରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାୟ ଚାରିଶହ ଛାତ୍ରୀ ଛାତ୍ରୀ ନିବାସରେ ରହି ପାଠ ପଢୁଥିବା ବେଳେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏଠି ଶିକ୍ଷାଦାନ କରୁଛନ୍ତି । ତେବେ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରେ ଛାତ୍ରୀଙ୍କ ଆବଶ୍ୟକ ଅନୁଯାୟୀ ଶୌଚାଳୟ ନଥିବା ଯୋଗୁଁ ଶୌଚ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରୀ । ଅନ୍ୟପଟେ ବିଦ୍ୟାଳୟରେ ଚାରୋଟି ବୋର୍ ଓ୍ବେଲ୍ ଅଛି କିନ୍ତୁ ସେଥିମଧ୍ୟରୁ କୌଣସି ଗୋଟିଏ ମଧ୍ୟ ସଚଳ ଅବସ୍ଥାରେ ନଥିବା ଜଣାପଡ଼ିଛି । ଫଳରେ ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଛାତ୍ରୀମାନେ ବାଲଟିରେ ପାଣି ବୋହି ନେଉଥିବା ଦେଖିବାକୁ ମିଳିଛି । ଏବେ ଖରାଦିନ ଆସିଲାଣି ଆଉ ଅଳ୍ପ ଦିନରେ ନଳ କୂପରୁ ପାଣି ମଧ୍ୟ ଶୁଖିଯିବ । ଯାହାଫଳରେ ଆହୁରି ସମସ୍ୟା ବଢ଼ିବ ବୋଲି କହିଛନ୍ତି ଛାତ୍ରୀନିବାସ କର୍ମଚାରୀ । ସେପଟେ ଏତେ ସବୁ ସମସ୍ୟା ଭିତରେ ଛାତ୍ରୀ ନିବାସର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଝଡ଼ି ପଡ଼ୁଛି । ଅନେକ କୋଠରୀରେ ଖବାଟ ମଧ୍ୟ ନାହଁ । କେତେବେଳେ ଯେ କିଛି ଅଘଟଣ ନଘଟିବ କିଛି କହିହେବ ନାହଁ । ଆମେ ବହୁତ ଭୟରେ ବିପଦ ସଂକୁଳ ଅବସ୍ଥାରେ ଏଠି ରହୁଛୁ । ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଆମେ ଉପକୃତ ହେବାସହ ଭଲରେ ପାଠ ପଢ଼ିପାରିବୁ ବୋଲି କହିଛନ୍ତି ଅନ୍ତେବାସୀ । ସରକାରୀ ନିୟମ ଅନୁଯାୟୀ ୫୦ ଜଣ ଛାତ୍ରୀଙ୍କୁ ଜଣେ ଲେଖାଏଁ ସିସିଏ(କୁକ୍ କମ୍ ଆଟେଣ୍ଡାଣ୍ଟ୍) ରହିବା କଥା। କିନ୍ତୁ ଦୁର୍ଗାପାଙ୍ଗା ସରକାରୀ ଆଶ୍ରମ ବିଦ୍ୟାଳୟରରେ ପ୍ରାୟ ଚାରିଶହ ଛାତ୍ରୀ ରହୁଥିବା ବେଳେ ଅଛନ୍ତି ମାତ୍ର ଚାରିଜଣ ସିସିଏ । ସେଥିମଧ୍ୟରୁ ଜଣେ ମୁଖ୍ୟ ଫାଟକରେ ଏବଂ ଆଉ ଜଣେ କାର୍ଯ୍ୟାଳୟରେ କାର୍ଯ୍ୟରତ । ଅନ୍ୟ ଦୁଇଜଣ ଚାରିଶହ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାରେ କଷ୍ଟସାଧ୍ୟ ହୋଇ ପଡ଼ୁଛି ଏଣୁ ଆବଶ୍ୟକ ଅନୁଯାୟୀ ସିସିଏ ନିଯୁକ୍ତି କଲେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇପିରିବେ ବୋଲି କହିଛନ୍ତି କାର୍ଯ୍ୟରତ ସିସିଏ । ସେପଟେ ବିଦ୍ୟାଳୟ ଏଭଳି ସମସ୍ୟା ଦେଇ ଗତି କରୁଥିବାବେଳେ ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ମଧ୍ୟ ବିଦ୍ୟାଳୟରେ ନାହଁ । ଫଳରେ ଛାତ୍ରୀଙ୍କୁ ଶିକ୍ଷାଦାନରେ ମଧ୍ୟ ଅସୁବିଧା ହେଉଛି । ଏନେଇ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅବଗତ କରାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନଥିବା କହିଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ।ତେବେ ସିମାନ୍ତ ବର୍ତ୍ତୀ ଏହି ଆଶ୍ରମ ବିଦ୍ୟାଳୟ ପ୍ରତି ସରକାର, ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ କେବେ ଦୃଷ୍ଟି ପଡ଼ୁଛି ଏବଂ ଅନ୍ତେବାସୀଙ୍କ ସମସ୍ୟା କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026