Home ଓଡ଼ିଶା ଶ୍ରୀ ଶ୍ରୀ ବୁଢ଼ା ବାଲୁଙ୍କେଶ୍ବର ଦେବ ଙ୍କ ପୀଠରେ ବସନ୍ତ ଉତ୍ସବ ୨୦୨୫ : ପାଠାଗାର ଓ ଧ୍ୟାନ ଯୋଗ କେନ୍ଦ୍ର ଶୁଭ ଉଦଘାଟନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଚିଲିକା ବ୍ଲକ ଅନ୍ତର୍ଗତ ପ୍ରାଣଦେଈପୁର ସ୍ଥିତ ପୁରାଣ ଓ ଇତିହାସ ପ୍ରସିଦ୍ଧ ସୋଲରୀ ପାହାଡ ପାଦଦେଶରେ ବିଜେ ଶ୍ରୀ ଶ୍ରୀ ବୁଢ଼ା ବାଲୁଙ୍କେଶ୍ବର ଦେଵ ଙ୍କ ପୀଠରେ ବସନ୍ତ ଉତ୍ସବ,ଯୋଗ କେନ୍ଦ୍ର,ପାଠାଳୟ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପାଲା ଗାୟକ ତଥା ଋଦ୍ର ସେବକ ଅରୁଣ ବିଗ୍ରହ ଙ୍କ ପ୍ରତ୍ୟକ୍ଷ ପରିଚାଳନା ଓ ଅଞ୍ଚଳ ବାସୀଙ୍କ ସହଯୋଗ ରେ ଏହି ଏକ ଦିବସୀୟ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ କଳାକାର ଯୋଗଦେଇ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ । ପ୍ରାରମ୍ଭରେ ବନ୍ଧୁ ମିଳନ ସମାବେଶ ପରେ ସଙ୍ଗୀତ ଶିଳ୍ପୀ ଜନାର୍ଦ୍ଦନ ସୁବୁଦ୍ଧି ଙ୍କ ପରିଚାଳନାରେ କଣ୍ଠଶିଳ୍ପୀ ମାନେ ଶିବ ବନ୍ଦନା ସହ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ ଵୋଧନୀ ସଭାରେ ମୂଖ୍ୟ ଅତିଥି ଭାବେ ଚିଲିକା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ଆମନ୍ତ୍ରିତ ଅତିଥି ଭାବେ ସାମ୍ବାଦିକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ସାମ୍ବାଦିକ ମନୋଜ ମୋହନ ବରାଳ, ଅକ୍ଷୟ କୁମାର ସାହୁ ,କୁମାଣ୍ଡୋଳ ସ୍ଥିତ ଯୁବଜ୍ୟୋତି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି , ବରିଷ୍ଠ ମଞ୍ଚ କଳାକାର ଓ ନିର୍ଦ୍ଦେଶକ ତଥା ସମାଜ ସଂସ୍କାରକ ଲଳିତ କୁମାର ପଣ୍ଡା , ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ପାଲା ଗାୟକ ବିଭୂତି ଭୂଷଣ ଦାଶ ପ୍ରମୁଖ ବାବା ବାଲୁଙ୍କେଶ୍ବର ଦେଵ ଙ୍କ ମହିମା, ଚିଲିକା ଖଣ୍ଡ କାବ୍ୟ ରେ ସ୍ଥାନର ଗୁରୁତ୍ଵ ଓ ବସନ୍ତ ଉତ୍ସବ ପାଳନ ର ତାତ୍ପର୍ଯ୍ୟ ସହ ସମ୍ପ୍ରତି ବିଶ୍ଵ ତାପନ ଫଳରେ କିପରି ଷଡଋତୁ ମଧ୍ୟରୁ ଶରତ,ହେମନ୍ତ ଶୀତ ଓ ବସନ୍ତ ଋତୁ କ୍ରମଶଃ ଋତୁଚକ୍ରରୁ ଉଭାନ୍ ହୋଇଗଲେଣି ସେ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଦ୍ରୃଷ୍ଟି ରୁ ଋତୁ ରାଜ ବସନ୍ତ ଋତୁ ର ସାମାଜିକ, ସାହିତ୍ୟିକ, ସାଂସ୍କୃତିକ ମୂଲ୍ୟବୋଧ କୁ ନେଇ ବସନ୍ତ ଉତ୍ସବ ପାଳନ ର ଯଥାର୍ଥତା ରହିଛି ବୋଲି ସର୍ବ ସମ୍ମତ ମତାମତ ପ୍ରକାଶ ପାଇଥିଲା । ସମସ୍ତ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ଓ କଳାକାର ମାନଙ୍କୁ ଅଙ୍ଗ ବସ୍ତ୍ର ପ୍ରଦାନ ପୂର୍ବକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଆଗାମୀ ବର୍ଷ ଠାରୂ ଏହି ପୀଠରେ ଉତ୍ସବ କୁ ବ୍ୟାପକ ଲୋକାଭିମୁଖୀ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା।ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥିଲା । ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବିରିଡିରେ ମୋରମ ପର୍ବ ପାଳିତ by Proprietor Abhimanyu Maharana June 27, 2026 ୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana June 27, 2026 ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ by Proprietor Abhimanyu Maharana June 27, 2026 ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର by Proprietor Abhimanyu Maharana June 27, 2026 ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ by Proprietor Abhimanyu Maharana June 27, 2026 ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି by Proprietor Abhimanyu Maharana June 27, 2026