Home ଓଡ଼ିଶା ଟିପିସିଓଡିଏଲ୍ ପକ୍ଷରୁ ନୂତନ ୩୩ କେଭି ସର୍ପେଶ୍ୱର ଫିଡର୍ କାର୍ଯ୍ୟକ୍ଷମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ କଟକ ବ୍ରଜବିହାରୀପୁର ଓପିଟିସିଏଲ ଗ୍ରିଡ୍ ଠାରୁ ନୂଆପାଟଣା ପର୍ଯ୍ୟନ୍ତ ଦୀର୍ଘ ୫.୪ କିମି ଲମ୍ବର ୩୩ କେଭି ଫିଡର୍ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ନୂତନ ଫିଡର୍ କାର୍ଯ୍ୟକ୍ଷମ ହେବା ଦ୍ୱାରା ସର୍ପେଶ୍ୱର, ଖୁଣ୍ଟୁଣି, ଆଠଗଡ ଓ ଗୁରୁଡ଼ିଝାଟିଆ ପ୍ରାଇମେରୀ ସବ୍-ଷ୍ଟେସନ୍ ଅନ୍ତର୍ଗତ ଅଞ୍ଚଳର ୩୦ ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା ଉନ୍ନତ ବିଦ୍ୟୁତ୍ ସେବା ପାଇପାରିବେ । ଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ସମେତ ଅନେକ ଶିଳ୍ପାନୁଷ୍ଠାନ ଏହା ଦ୍ୱାରା ଉପକୃତ ହେବେ । ସେହିପରି ଏହି ଫିଡର୍ କାର୍ଯ୍ୟକ୍ଷମ ହେବା ଦ୍ୱାରା ଅଞ୍ଚଳର ଭୋଲ୍ଟେଜ୍ ସମସ୍ୟାର ସମାଧାନ ହୋଇ ପାରିବ । ଏହି ଫିଡର୍ ନିର୍ମାଣରେ ଅନେକ ପ୍ରତିବନ୍ଧକ ଥିଲା । ମହାନଦୀ ଉପରେ ନିର୍ମାଣ କାର୍ଯ୍ୟ କରିବାକୁ ପଡିଥିଲା । ଦୀର୍ଘ ୫.୪ କିମି ମଧ୍ୟରୁ କେବଳ ମହାନଦୀ ମଧୁସୂଦନ ପୋଲର ଏକ ପର୍ଶ୍ୱକୁ ଲାଗି ୨.୬ କିମି ଲମ୍ବର ଏହି ଫିଡର୍ ନିର୍ମାଣ କରାଯାଇଛି । ବେଶ୍ କଠିନ ପରିସ୍ଥିତିରେ ମଧୁସୂଦନ ପୋଲରେ ଏହି ନିର୍ମାଣ କାର୍ଯ୍ୟ କରାଯାଇଛି ଓ ଏଥି ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିଲା । ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦେଇ ଟିପିସିଓଡିଏଲ୍ ପକ୍ଷରୁ ନିର୍ମାଣ ସମୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର ବୋଟର ବ୍ୟବସ୍ଥା କରାଯାଇଥିଲା । ଗ୍ରୀଷ୍ମ ଋତୁରେ ଉପଭୋକ୍ତାଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଏହି ଭିତ୍ତିଭୂମି ବିକାଶ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବର୍ଷ ବର୍ଷ ଧରି ଲାଗି ରହିଥିବା ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026