ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ : ଯୋଗଦେବେ ୭୦୦ଶହରୁ ଉର୍ଜ କଳାକାର

ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍ ) :- ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁଃର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା 5 ତାରିଖ ଠାରୁ 10 ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ପାଳିତ ହେବ । ଏଥିରେ ୭ ଶହରୁ ଅଧିକ କଳାକାର ଯୋଗଦେବେ । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋସାହନ ଦେବା ପାଇଁ ଓ ରଥଯାତ୍ରା ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ଅଧୁକ ପଡ଼ୋଶୀ ତଥା ଓଡ଼ିଶାର କଳାକାରମାନେ ନୃତ୍ୟ ପରିବେଷଣ କରିବେ । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଗୁରୁ ଗଳେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା ଓ ତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓଡ଼ିଶା କଳାବିକାଶ କେନ୍ଦ୍ରର ସୁନାମ ଧନ୍ୟ କଳାକାରମାନଙ୍କ ସହିତ, ବିଣାପାଣି କଳା ନିକେତନ ନୃତ୍ୟ ପରିବେଷଣ କରିବେ ।

ସେହିପରି ବିଶାଖାପାଟଣାର ଭାରତନାଟ୍ୟମ, ହାଇଦ୍ରାବାଦର ଓଡ଼ିଶୀ ଏବଂ ପ୍ୟୁଳନ, ବଦ୍ଧମାନର ଓଡ଼ିଶୀ ଶୋଲ, କୋଲକତାର କଥକ ବ୍ୟାନ୍ତ, ରାୟପୁରର ନୃତ୍ୟ ଶ୍ରୀଧାରା, ଚୌଦ୍ଵାରର ପଦ୍ମଶ୍ରୀ ଗୁରୁ ଉଚ୍ଛବ ଦାସଙ୍କର ବିଶ୍ଵ ପ୍ରସିଦ୍ଧ ଘୋଡ଼ାନାଚ, ରାୟଗଡ଼ାର ଧେନ୍ସା ଟ୍ରାଇବଲ ଡ୍ୟାନ୍ତି, ବିଳାସପୁରର କ୍ଲିଏଟିଭ୍, ଗଜପତିର ମାହାରିଗ୍ରୁପ୍‌ର ପଶ୍ଚିନୃତ୍ୟ, ଆଠଗଡ଼ର ଫୋକ୍ ଭ୍ୟାନ୍ତି, ଓଡ଼ିଶାର ୩୬ ଟ୍ରପ ସୁନାମଧନ୍ୟ କଳାକର ମାନେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିବେ ବୋଲି ଶ୍ରୀ ରାଉତରାୟ କହିଥିଲେ l

Exit mobile version