ସତ୍ୟବାଦୀ (ଓଡ଼ିଶା ତାଜା ନ୍ୟୁଜ୍) :- ସତ୍ୟବାଦୀ ବକୁଳ ବନ ଉଚ୍ଚ ବିଦ୍ୟାଳୟର ୧୯୬୫ ବ୍ୟାଚ୍ ପୂର୍ବତନ୍ ଛାତ୍ରଛାତ୍ରୀମାନେ ଦ୍ୱିତୀୟ ବନ୍ଧୁମିଳନରେ ଏକତ୍ରିତ ହୋଇ ବନ୍ଧୁତ୍ୱ ଓ ସାମୂହିକ ସ୍ମୃତିକୁ ପୁନର୍ଜୀବିତ କରିଛନ୍ତି। ଏହି ମିଳନ ନୂତନ ଓ ପୁରାତନ ସ୍ମୃତିରେ ଭରପୁର ଥିଲା ଏବଂ ଶେଷରେ ବର୍ଷକୁ ଦୁଇଥର ଏପରି ସମ୍ମିଳନୀ ଆୟୋଜନ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
