
ଓଡ଼ିଶା ତାଜା ନିୟୁଜ୍ (୩୦ ଅଗଷ୍ଟ ରବିବାର ) ଭୁବନେଶ୍ୱର ,ରିପୋର୍ଟ /ସୋନାଲି ମହାରଣା :– ମହାନଗର ନିଗମ ନୟାପଲ୍ଲୀ ୱାର୍ଡ ନଂ-୩୯ ଅଧୀନରେ ଥିବା ନୂଆସାହି ଅଞ୍ଚଳରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ କ୍ରମେ ଯୁବ ସମାଜସେବୀ ତଥା ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନୂଆସାହି ଅଧୀନରେ ଥିବା ସମସ୍ତ ସାହିର କୁନି କୁନି ଆଦରର ତଥା ସ୍ନେହର ପିଲା ମାନଙ୍କୁ କରୋନା ମହାମାରୀ ପରିପ୍ରେକ୍ଷୀରେ ସଚେତନ କରାଇବା ସହ ମାସ୍କ ଓ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା,
ଯୁବ ସମାଜସେବୀ ତଥା ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତି କରୋନା ମହାମାରୀ ଆରମ୍ଭରୁ ଦାୟିତ୍ୱବାନ ଯୁବକ ହିସାବରେ ଲୋକମାନଙ୍କ ସୁଖଦୁଃଖରେ ସାମିଲ୍ ହୋଇ ନିଜର କର୍ତ୍ତବ୍ୟ ପାଳନ କରି ଆସୁଛନ୍ତି ଏବଂ ସମସ୍ତଙ୍କର ପ୍ରିୟର ପାତ୍ର ହୋଇ ପରିବାରର ସଦସ୍ୟଙ୍କ ପରି ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି,ଏହି ବିଶ୍ବ ମହାମାରୀ କରୋନା ଆରମ୍ଭରୁ ଆଜି ଯାଏ ନୟାପଲ୍ଲୀ ବାସିନ୍ଦାଙ୍କୁ ସଚେତନ କରାଇବା ସହିତ ମାସ୍କ, ସାନିଟାଇଜର,
ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ବଣ୍ଟନ ସହିତ ଯେଉଁ ସମୟରେ ଯାହାର ଯାହା ଦରକାର ପଡିଛି ଶ୍ରୀ ମହାନ୍ତି ସମସ୍ତଙ୍କର ପ୍ରିୟର ପାତ୍ର ହୋଇ ପାତରଅନ୍ତର ନକରି ସମସ୍ତଙ୍କର ସୁଖଦୁଃଖର ସାଥି ଭାବେ ବେଶ ଆଦୃତି ଲାଭ କରିଛନ୍ତି, ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ବଜିତ୍ ସାହୁ,ଶ୍ରୀ ବିକାଶ ମହାନ୍ତିଙ୍କ ସମେତ ଅଞ୍ଚଳର ଉତ୍ସାହି ଯୁବ ବନ୍ଧୁ ମାନେ ଯୁବ ସମାଜସେବୀ ଶ୍ରୀ ଦେବବ୍ରତ ମହାନ୍ତିଙ୍କୁ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରାଇଛନ୍ତି ।।
