ଭୂବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶ୍ରୟ ସଂସ୍ଥା ପକ୍ଷରୁ ଭୀମେଶ୍ଵର ମନ୍ଦିର ପାର୍କ ପରିସର ରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗଣେଶ କୁମାର ପ୍ରଧାନ ଏଥିରେ ସଭାପତିତ୍ଵ କରି ଅଟିଜିମ୍ ସଂପର୍କରେ ଧାରଣା ପ୍ରଦାନ କରି ଥିଲେ।ସ୍ଥାନୀୟ କର୍ପୋରେଟର ଶିବନାରାୟଣ ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଟିଜିମ୍ ଓ ତାର ନିରାକରଣ ସଂପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।

