ଅନାସ୍ଥା ଭୋଟ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ରାଜନୈତିକ କନ୍ଦଳର ଜବନିକା ପଡିଲା

କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) :- ବ୍ୟାସନଗର ପୌରପରିଷଦ ପୌରାଧ୍ୟକ୍ଷାଙ୍କ ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଲାଗି ରହିଥ‌ିବା ଅନାସ୍ଥା ପ୍ରସଙ୍ଗର ଆଜି ଜବନିକା ପଡିଛି । ଆଜି ଅନୁଷ୍ଠିତ ଅନାସ୍ଥା ଭୋଟରେ ୨୦ ଜଣ ପାରିଷଦଙ୍କ ଶ୍ରୀମତୀ ପିଙ୍ଗୁଆଙ୍କ ବିପକ୍ଷରେ ଦେଇଥ‌ିବାରୁ ତାଙ୍କୁ ଅଧ୍ୟକ୍ଷ ପଦ ହରାଇବାକୁ ପଡିଛି । ଯାହା ଦୀର୍ଘଦିନ ଧରି ବ୍ୟାସନଗରରେ ଲାଗିରହିଥ‌ିବା ରାଜନୈତିକ କନ୍ଦଳର ଅନ୍ତଘଟିଛି । ବିଜେଡି ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆଙ୍କ ବିରୁଦ୍ଧରେ ଆଜି ଉଭୟ ବିଜେଡି ଓ କଂଗ୍ରେସ ଏବଂ ସ୍ବାଧୀନ କାଉନସିଲର ମିଶି ୨୦ ଜଣ କାଉନସିଲର ଉପସ୍ଥିତ ରହି ଭୋଟ ଦେଇଥ‌ିବା ଦେଖ‌ିବାକୁ ମିଳିଥିଲା ।

ବ୍ୟାସନଗର ସହରର ବିକାଶରେ ବାଧା ସୃଷ୍ଟିକରିବା ଏବଂ ପାରିଷଦମାନଙ୍କୁ ଅଣଦେଖା କରିବା ହେତୁ ଏଭଳି ପନ୍ଥା ଆପଣେଇଥ‌ିବା ବିଜେଡି ଓ କଂଗ୍ରେସ କାଉନସିଲର ମାନେ ଅସନ୍ତୋଷ ବ୍ୟକ୍ତ କରି ଏହି ଅନାସ୍ତା ଆଣିଥିବା କହିଥିଲେ । ଆଜି ଅନୁଷ୍ଠିତ ଅନାସ୍ଥା ଭୋଟିଂର ନିର୍ବାଚନ ଅଧିକାରୀ ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦୟଙ୍କ ତତ୍ବାବଧନାରେ ହୋଇଥିଲା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ନମ୍ରତା ମୋଦି’ଙ୍କ ଉପସ୍ଥିତିରେ କାଉନସିଲରମାନଙ୍କୁ ନେଇ ଭୋଟିଙ୍ଗ ପକ୍ରିୟା ଜାରି କରାଯାଇଥିଲା ।

୨୬ଜଣ ପାରିଷଦଙ୍କ ମଧ୍ୟରୁ ଆଜି ୨୦ ଜଣ ଭୋଟ ଦେଇଥିଲା ବେଳେ ସମସ୍ତ’ଙ୍କ ଭୋଟ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଯାଇଥିଲା । ଏଥୁରୁ ସ୍ପଷ୍ଟ ବାରିହେଉଛି’ଯେ ସଙ୍ଗୀତା ପିଙ୍ଗୁଆଙ୍କ ରାଜନୀତିରେ ପୁର୍ଣ୍ଣଛେଦ ପଡ଼ିବାକୁ ଯାଉଥ‌ିବା ଦେଖ‌ିବାର ବାକି ରହିଲା । ବ୍ୟାସନଗର ସହର ବିକାଶ ଏଥର ଅଗ୍ରଗତି ହେଉଛି ନା ବିକାଶ ପୁନର୍ବାର ବାଧା ସୃଷ୍ଟି ହେଉଛି ତାହା ଆଗାମୀ ସମୟ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଭୋଟିଂ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଯାଜପୁରରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ କୋରାଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ’ଙ୍କ ସମେତ ୨ପ୍ଲାଟୁନ ଫୋର୍ସ ମୁତୟନ କରଯାଇଥିଲା ।

Exit mobile version