Home ଓଡ଼ିଶା ସାହିତ୍ୟ ସିନ୍ଦୂରା ପକ୍ଷରୁ ଖଡ଼ି ଛୁଆଁ ଉପରେ ଆଲୋଚନାଚକ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବାଣପୁର ବ୍ଲକ ଅନ୍ତର୍ଗତ ବିଧାରପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ସାହିତ୍ୟ ସିନ୍ଦୁରା ଆନୁକୁଲ୍ୟରେ ଓଡ଼ିଆ ପକ୍ଷ ୨୦୨୫ ପାଳନର ୨ୟ ଦିବସରେ ରାଜ୍ୟ ସରକାର ଙ୍କ ପ୍ରବର୍ତ୍ତିତ ବିଦ୍ୟାଳୟ ମାନଙ୍କରେ ଶିଶୁ ବାଟିକା ଜାତୀୟ ନୀତି ୨୦୨୦ ଅବଲମ୍ବନରେ ଚଳିତ ଶିକ୍ଷା ବର୍ଷରୁ ଖୋଲିଵା ପରିପ୍ରେକ୍ଷୀରେ ଖଡ଼ି ଛୁଆଁ ଉତ୍ସବ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର ରେ ଅଧ୍ୟକ୍ଷତା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀ ଚରଣ ପ୍ରଧାନ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଓ ମୂଖ୍ୟ ବକ୍ତା ଭାବେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ନ୍ରୃସିହ ଚରଣ ପ୍ରଧାନ ଯୋଗଦେଇ ଖଡ଼ି ଛୁଆଁ ଉତ୍ସବ ର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିଶିର କୁମାର ଦାସ, ପ୍ରାକ୍ତନ ବାଣପୁର ସହକାରୀ ଶିକ୍ଷା ଅଧିକାରୀ ସନ୍ଧ୍ୟା ରାଣୀ ହରିଚନ୍ଦନ , କ୍ୟାପ୍ଟେନ୍ ଭବାନୀ ପ୍ରସାଦ ହୋତା ପ୍ରମୁଖ ଆଲୋଚନା ଚକ୍ର ରେ ଭାଗ ନେଇ ଥିଲେ। କାର୍ଯ୍ୟକ୍ରମ କୁ ସନ୍ ଯୋଜନା କରିଥିଲେ ସାହିତ୍ୟ ସିନ୍ଦୁରା ର ସମ୍ପାଦକ ଗୋଲକ ବିହାରୀ ପରିଡ଼ା ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ମାନସିଂହ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି by Proprietor Abhimanyu Maharana June 27, 2026 ବିରିଡିରେ ମୋରମ ପର୍ବ ପାଳିତ by Proprietor Abhimanyu Maharana June 27, 2026 ୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana June 27, 2026 ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ by Proprietor Abhimanyu Maharana June 27, 2026 ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର by Proprietor Abhimanyu Maharana June 27, 2026 ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ by Proprietor Abhimanyu Maharana June 27, 2026