ଦୁଇ ବରିଷ୍ଠ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ବାଣପୁର ବ୍ଲକ ଅନ୍ତର୍ଗତ ଦୀନବନ୍ଧୁ ପୁର କ୍ଲଷ୍ଟର ଅଧୀନ କହ୍ନେଇ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଦୁଇ ଜଣ ବରିଷ୍ଠ ଶିକ୍ଷକଙ୍କ କାର୍ଯ୍ୟନିଵ୍ରୃତ୍ତି ଅବସରରେ ଉଭୟ ଙ୍କୁ ବିଦ୍ୟାଳୟ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ଅଵ‌ସରପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ବିଶ୍ଵ ଭୂଷଣ ରାଉତରାୟ, ପ୍ରାକ୍ତନ ଏବିଇଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ,

ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ, ସାମ୍ବାଦିକ ମନୋଜ କୁମାର ବରାଳ , ଦୀନବନ୍ଧୁ ପୁର କ୍ଲଷ୍ଟର ସି ଆର ସି ସି ପ୍ରେମଚାନ୍ଦ ସାହୁ, ଅବସରପ୍ରାପ୍ତ ଶିକ୍ଷକ ସୁରଥ କୁମାର ପାତ୍ର, ପ୍ରାକ୍ତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ମାର୍ଥା, ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ପ୍ରଧାନ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଏଵଂ ସହକାରୀ ଶିକ୍ଷକ ଦୁର୍ଯୋଧନ ମୁଦୁଲି ଙ୍କ କର୍ତ୍ତବ୍ୟ ନିଷ୍ଠା , ଛାତ୍ର ଵତ୍ସଳତାର ଭୂୟସୀ ପ୍ରଶଂସା କରି ଦୁହିଁଙ୍କୁ ର ଅବସର ଫଳରେ ଏହି ବିଦ୍ୟାଳୟ ର ଶୈକ୍ଷିକ ଓ ଭୈ।ତିକ ପରିବେଶ ଗୁରୁତର ଭାବେ ବ୍ୟାହତ ହେବ ବୋଲି ଉଦ୍ ଵୋଧନ ଛଳରେ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଶୁଭେଚ୍ଛୁ ମଧ୍ୟ ଯୋଗଦେଇ ବିଦାୟୀ ଶିକ୍ଷକ ଦୁହିଁଙ୍କୁ ଦକ୍ଷ ଶିକ୍ଷକ ଭାବରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରା ଯିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଦାୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ମାନଙ୍କୁ ଦ୍ଵାରା ଉଭୟ ଶିକ୍ଷକ ଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଦାୟୀ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଏଵଂ ସହକାରୀ ଶିକ୍ଷକ ଦୁର୍ଯୋଧନ ମୁଦୁଲି ଆବେଗ ପୂର୍ଣ୍ଣ ବକ୍ତବ୍ୟ ଛଳ ରେ ସେମାନଙ୍କ ର ଦୀର୍ଘ ଦିନର ଅଭିଜ୍ଞତା ପ୍ରଦାନ‌ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟ ର ପରିଚାଳନା କମିଟିର ସଦସ୍ୟ ଵ୍ରୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରି ମଲ୍ଲ, ଆଲୋକ କୁମାର ବରାଳ, ଦୁର୍ଗା ଚରଣ ମହାପାତ୍ର,ସରୋଜ କୁମାର ସ୍ବାଇଁ ପ୍ରମୁଖ ସକ୍ରିୟ ସହାୟତା ପ୍ରଦାନ କରିଥିଲେ।

Exit mobile version