Home ଓଡ଼ିଶା ଦି ବେଲ ପକ୍ଷରୁ ଉମଙ୍ଗ କାର୍ଯ୍ୟକ୍ରମ : ବସ୍ତି ପିଲାଙ୍କ ପାଇଁ ଏକ ନିଆରା ପ୍ରୟାସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ସହରର ପରିସୀମା ବଢ଼ିବାରେ ଲାଗିଚି | ଏଥି ସହିତ ସହର ତଳି ଅଞ୍ଚଳରେ ମଧ୍ୟ ଜନ ବସ୍ତି ବଢିବାରେ ଲାଗିଛି।ସେଠାରେ ବସବାସ କରୁଥିବା ଜନସାଧାରଣ ତଥା ଶିଶୁ ମାନଙ୍କ ବିକାଶ ପାଇଁ ବିଶେଷ କାର୍ଯ୍ୟ ହୋଇ ପାରିନାହିଁ ।ଅନ୍ଧ ବିଶ୍ବାସ,ଅଭାବ ଅନଟନ ମଧ୍ୟରେ ପିଲାଙ୍କ ଶୈଶବ ନଷ୍ଟ ହୋଇଯାଉଛି।ଏହି କଥା କୁ ଲକ୍ଷ କରି ପୁରୀ ଜିଲ୍ଲା ସ୍ବେଛାସେବୀ ସାମ୍ମୁଖ୍ୟ ଦି ବେଲ୍ ତରଫରୁ ପୁରୀ ବଲିଆପଣ୍ଡା ଠାରେ ଏକଲବ୍ୟ ପାଠଶାଳା ଖୋଲା ଯାଇଥିଲା ।ଉତ୍କଳ ଦିବସ ଅବସରରେ ରେ ଏହି ପାଠଶାଳା ର ପ୍ରଥମ ପ୍ରତିଷ୍ଠା ଉତ୍ସବ ଉମଙ୍ଗ ୨୦୨୫ କାର୍ଯ୍ୟକ୍ରମ ବଳିଆ ପଣ୍ଡା ସ୍ଥିତ ଭାରତ ଯୋଗ କେନ୍ଦ୍ର ଠାରେ ଆୟୋଜିତ ହୋଇ ଯାଇଛି। ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନ ର ଏ ଉଦ୍ୟମ ପ୍ରଶଂସ ନୀୟ ଓ ସମୟ ଉପଯୋଗୀ ବୋଲି କହିଥିଲେ। ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମ ସମର୍କରେ ସୂଚନା ଦେଇ ସହର ତଳି ଅଞ୍ଚଳରେ ବସବାସ କରୁଥିବା ଓ ଶିକ୍ଷା ସ୍ବାସ୍ଥ୍ୟ ଇତ୍ୟାଦି ମୌଳିକ ସୁବିଧା ରୁ ବଞ୍ଚିତ ହେଉ ଥିବା ଶିଶୁ ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଏକ ଲବ୍ୟ ପାଠ ଶାଳା ଏକ ଭିନ୍ନ ପ୍ରୟାସ ବୋଲି କହିଥିଲେ।ଭାରତ ଯୋଗ କେନ୍ଦ୍ର ର ସମ୍ପାଦକ ରମାବଲ୍ଭଭ ମହାପାତ୍ର ସଭାପତିତ୍ବ କରିଥିଲେ। ଏକଲବ୍ୟ ପାଠଶାଳାର ସଂଚାଳକ ଉମେଶ ଦାସ ସ୍ଵଗତ ଭାଷଣ ଦେଇ ଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପରିବର୍ତ୍ତନ ଓଡ଼ିଶା ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର,ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରୀ ଶଙ୍କର ସିଂହାରୀ, ନାରାୟଣ ଦାସ ମେମୋରିଆଲ ଟ୍ରଷ୍ଟ ର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଦାସ,ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ର ଲକ୍ଷ୍ମୀ ବାରିକ.ବରିଷ୍ଠ ଶିଳ୍ପୀ ଓ ସମାଜ ସେବୀ ରବି ନାରାୟଣ ସାହୁ ପ୍ରଭୃତି ଅତିଥି ଭାବରେ ଯୋଗ ଦେଇ ଥିଲେ।ଏହି ଅବସରରେ ବସ୍ତି ଅଞ୍ଚଲରେ ଉତ୍ତମ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ଅନୁଷ୍ଠାନ ବସ୍ତି ଏରିଆ ଡେଭଲପମେଣ୍ଟ କାଉନସିଲ,ବାଲେଶ୍ଵର କୁ ଉମଙ୍ଗ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ତରଫରୁ ସମ୍ପାଦିକା ରାଜ ଲକ୍ଷ୍ମୀ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ।ସିଲୀ ସେଠୀ ଓ ପ୍ରତ୍ୟାସା କାନୁନଗୋ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଦି ବେଲ୍ ର ବରିଷ୍ଠ ସଦସ୍ୟ ରାଜ କିଶୋର ପାତ୍ର ,ବ୍ରଜ କିଶୋର ସାହୁ,ବିଜୟ ମିଶ୍ର ,ନାରାୟଣ ଦାସ,ସଞ୍ଜୟ କୁମାର ପଟ୍ଟନାୟକ,ରଞ୍ଜିତ ନାୟକ ,ସଞ୍ଜୟ ପ୍ରଧାନ ଏହି ଅବସରରେ ମଞ୍ଚରେ ଉପସ୍ଥିତି ଥିଲେ।। ଦି ବେଲ୍ ୟୁଥ୍ କ୍ଳବ୍ ଓ ଓମେନ୍ସ କ୍ଲବ୍ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅନୁଷ୍ଠାନ ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।ଶେଷରେ ଏକଲବ୍ୟ ପାଠ ଶାଳା ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026