ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ପଶ୍ଚିମାଞ୍ଚଳର ମୂଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ବାଣିଗୋଛା ଠାରୁ ବଣ ପାହାଡ ଘେରା ନେଫାରୀ , ବତାଗାଁ,ଦର୍ଶନୀପଡା, କୁରାଢୀନିଶା, ବିଜାତଇଳା,ଶିରିଶିରା, ଗାଡିଆପଡା,କୁମ୍ଭିକୀଳା ପ୍ରଭୃତି ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ ଆଜକୁ ୪ ଦିନ ହେବ ଦର୍ଶନୀପଡା ନିକଟରେ ଏକ ବିରାଟ ଗଛ ରାସ୍ତା ଉପରେ ଭାଂଗି ପଡିବା ଯୋଗୁଁ ଏ ସବୁ ଆଦିବାସୀ ଗ୍ରାମକୁ ମଂପୂର୍ଣ୍ଣ ଭାବରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

