Home ଓଡ଼ିଶା ଅବ୍ୟବସ୍ଥା ଘେରରେ ଜାମୁସାହି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ବ୍ୟାପକ ଅବ୍ୟବସ୍ଥା ଘେରରେ ଜାମୁସାହି ଉଚ୍ଚ ବିଦ୍ୟାଳୟ। ସ୍ଥାନୀୟ ଜନସାଧାରଣଙ୍କ ଅଦମ୍ୟ ପ୍ରଚେଷ୍ଟାରେ ଗଢି ଉଠିଥିବା ହାଇସ୍କୁଲ ଏବେ ଅବ୍ୟବସ୍ଥା ଘେରରେ ପରିଚାଳିତ ହେଉଅଛି। ପ୍ରଧାନ ଶିକ୍ଷୟତ୍ରିଙ୍କ ମନାମାନୀ ଯୋଗୁଁ ଅନେକ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ହେବାକୁ ଯାଉଅଛି। ସ୍ଥାନୀୟ ଜନସାଧାରଣଙ୍କ ଦାନ ତଥା ଉଦ୍ୟମରେ ହଷ୍ଟେଲର ଦୂରାବସ୍ଥା ଏବେ କହିଲେ ନ ସରେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କହିବା ଅନୁସାରେ ହଷ୍ଟେଲ ଟିରେ ଆବଶ୍ୟକ ସୁବିଧା ସୁଯୋଗ ନଥିବାରୁ ଗତବର୍ଷ ସେ ହଷ୍ଟେଲର ଭିତିଭୂମି ଓ ଉପଯୁକ୍ତ ସୁବିଧା ସୁଯୋଗ ନଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ହଷ୍ଟେଲରେ ଉପଯୁକ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ପ୍ରଧାନଶିକ୍ଷୟତ୍ରୀ ଓ ପରିଚାଳନା କମିଟି କୁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାଳକ୍ଷପଣ ନୀତି ଯୋଗୁଁ ଆଦ୍ୟାବଧି ଏହି ହଷ୍ଟେଲରେ ଛାତ୍ରଛାତ୍ରୀ ରହିବା ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ସୃଷ୍ଟି କରି ପାରିନାହାନ୍ତି। ଫଳତଃ 25-26 ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀ ଗ୍ରହଣ କରିବା ବଦଳରେ ଛାତ୍ରଛାତ୍ରୀ ମାନଙ୍କୁ ବାଧ୍ୟତା ମୂଳକ ଭାବରେ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଦେଇ ବିଦା କରିଦେବାକୁ ଚେଷ୍ଟା କରୁଥିଲେ। ଖବର ପାଇ ପରିଚାଳନା କମିଟି ଓ ସ୍ଥାନୀୟ ଜନସାଧାରଣ ଏହାର ତୀବ୍ର ବିରୋଧ କରିଥିଲେ। ଫଳତଃ ଆଜି ସକାଳୁ ବିଦ୍ୟାଳୟ ସମୁଖରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଖବର ସଂଗ୍ରହ କରିବା ପରେ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ଙ୍କୁ ଅବଗତ କରାଇବା ପାଇଁ ଘରକୁ ପଠାଇ ଦେଇଥିଲେ। କିନ୍ତୁ ଗ୍ରାମବାସୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ କାହିଁକି ହଷ୍ଟେଲ ରୁ ବାହାର କରିଦେଲେ ବୋଲି ପ୍ରତିବାଦ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026