ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ତିଆରପାରି ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚଶାରୁ ଗୋଟିଏ ପରିବାରର ଲୋକେ ମିଳିତ ଭାବେ ନକୁଳ ସାମଲ ନାମକ ଜଣେ ଯୁବକ ଙ୍କୁ ନଡ଼ିଆ ଗଛରେ ବାନ୍ଧି ପିଟି ପିଟି ହତ୍ୟା କରିବା ପରେ ଉକ୍ତ ଯୁବକ ଙ୍କୁ ଆଣି ତାଙ୍କ ଘର ବାରି ପାଖ ଦୁଆର ମୁହଁରେ ପାଇ ଫେରାର ହୋଇ ଯାଇଛନ୍ତି । ମୃତ ଯୁବକ ହେଲେ ସେହି ଗାଁର ନକୁଳ ସାମଲ। ଗତକାଲି ବିଳମ୍ବିତ ରାତିରେ ସେହି ଗ୍ରାମର ଏକ ପରିବାର ର କିଛି ଲୋକ ନକୁଳକୁ ପିଟି ପିଟି ମାରିଦେବା ସହ ମୃତ ଦେହକୁ ମୃତକଙ୍କ ଦୁଆର ମୁହଁରେ ବସାଇ ଦେଇଥିବା ଦେଖିବାକୁ ମିଳିଛି।

