Home ଓଡ଼ିଶା ଅମୃତ ଷ୍ଟେସନ୍ ଯୋଜନାରେ ପାରଳାଖେମୁଣ୍ଡି ରେଳଷ୍ଟେସନକୁ ଐତିହାସିକ ପାରଳା ରାଜକୀୟ ମହତ୍ତ୍ୱକୁ ପ୍ରତିଫଳିତ କରିବାକୁ ପ୍ରୟାସ କରାଯାଉଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଅମୃତ ଷ୍ଟେସନ୍ ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳଷ୍ଟେସନ୍ର ପୁନର୍ବିକାଶ ଓ ନବୀକରଣ କରାଯାଉଛି । ୧୬.୪ କୋଟି ଟଙ୍କା ବିନିଯୋଗରେ ପୁନର୍ବିକାଶ ବ୍ୟୟବରାଦ ସହିତ ଷ୍ଟେସନ୍କୁ ଏହାର ଐତିହାସିକ ଆକର୍ଷଣ ବଜାୟ ରଖିବା ସହ ପାରଳାଖେମୁଣ୍ଡି ମହାରାଜାଙ୍କ ରାଜକୀୟ ଐତିହ୍ୟକୁ ପ୍ରତିଫଳନ କରାଯିବା ପାଇଁ ସମସ୍ତ ପ୍ରୟାସ କରାଯିବା ସହ ଏକ ଆଧୁନିକ, ଗ୍ରାହକ-ଅନୁକୂଳ ପରିବହନ ହବ୍ ଭାବରେ ନିର୍ମାଣ କରାଯାଉଛି | ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଆଧୁନିକ ଯାତ୍ରୀ ସୁବିଧା ନିମନ୍ତେ ସଂରକ୍ଷିତ ଲାଉଞ୍ଜ, ପ୍ରଥମଶ୍ରେଣୀ ପ୍ରତୀକ୍ଷା ହଲ୍, ସାଧାରଣ ପ୍ରତୀକ୍ଷା ହଲ୍,ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସମେତ ପ୍ରିମିୟମ୍ ଶୌଚାଳୟ, ଉନ୍ନତ ପ୍ରବେଶମାର୍ଗ, ୧୨ ମିଟର ଚଉଡ଼ା ଫୁଟଓଭର ବ୍ରିଜ୍ ଏବଂ ଦୁଇଟି ନୂତନ ଯାତ୍ରୀ ଲିଫ୍ଟ ପାଇଁ ବ୍ୟବସ୍ଥା କରାଯାଉଛି। ବାଣିଜ୍ୟିକ କ୍ଷେତ୍ର ମଧ୍ୟ ବିକଶିତ କରାଯିବା ନୂତନ ଡିଜାଇନ୍ରେ ପାରଳାଖେମୁଣ୍ଡିର ରାଜପ୍ରାସାଦକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଆଧୁନିକ ନିର୍ମାଣ ସାମଗ୍ରୀ ବ୍ୟବହାର କରି ଅଞ୍ଚଳର ରାଜକୀୟ ଐତିହ୍ୟକୁ ପ୍ରତିଫଳିତ କରିବାକୁ ପ୍ରୟାସ କରାଯାଇଛି। ବତ୍ତର୍ମାନ ଫୁଟ୍ସଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲାଟଫର୍ମ-୨ ର ବିଦ୍ୟୁତୀକରଣ ଏବଂ ଆଲୋକିତ ସାଇନେଜ୍ ବୋର୍ଡ଼ ସ୍ଥାପନ କାର୍ଯ୍ୟ ଚାଲୁରହିଛି। ପ୍ଲାଟଫର୍ମ ଆଶ୍ରୟସ୍ଥଳ, ପୃଷ୍ଠ ଉନ୍ନତୀକରଣ, ଭିଆଇପି ଲାଉଞ୍ଜ, ପ୍ରଥମଶ୍ରେଣୀ ପ୍ରତୀକ୍ଷା ହଲ୍ ଏବଂ ସାଧାରଣ ପ୍ରତୀକ୍ଷା ହଲ୍ କାର୍ଯ୍ୟ ସମାପ୍ତ ହୋଇଛି। ପାରଳା ରେଳ ଷ୍ଟେସନ୍ର ପୁନରୁଦ୍ଧାର କେବଳ ଯାତ୍ରୀ ଅଭିଜ୍ଞତାକୁ ବୃଦ୍ଧି କରିବ ତା’ନୁହେଁ, ବରଂ ଏହାର ଗୁରୁତ୍ବକୁ ମଧ୍ୟ ସଂରକ୍ଷଣ କରିବ ବୋଲି କୁହାଯାଇଛି । ପାରଳାଖେମୁଣ୍ଡି ରେଳ ଷ୍ଟେସନ ସମ୍ମୁଖରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଜନସାଧାରଣ ଙ୍କ ପକ୍ଷରୁ ପୂର୍ବତଟ ରେଳ ବିଭାଗକୁ ଅନୁରୋଧ କରାଯାଈଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026