Home ଓଡ଼ିଶା ଓଡ଼ିଶା ଦିବସରେ ମହାପୁରୁଷଙ୍କୁ ଭୁଲିଗଲେ ବ୍ଲକ ଅଧ୍ୟକ୍ଷା ଓ କର୍ତ୍ତୃପକ୍ଷ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ଦିବସକୁ ଧୁମ ଧାମରେ ପାଳନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି. ଓଡିଶା ଦିବସ ପାଳନ ବେଳେ ବିଭିନ୍ନ ମହାପୁରୁଷ ଓ ଓଡିଶା ପ୍ରଦେଶ ଗଠନରେ ବିଭିନ୍ନ ଭୂମିକା ଗ୍ରହଣ କରିଥିବା କର୍ଣ୍ଣଧାର ମାନଙ୍କୁ ଉଚିତ ସମ୍ମାନ ଦେବା ପାଇଁ ରାଜ୍ୟ ସ୍ତରରୁ ଆରମ୍ଭ କରି ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଥିବା ସମସ୍ତ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି ସମସ୍ତଙ୍କୁ ସରକାର ନିର୍ଦେଶ ଦେଇଛନ୍ତି. ହେଲେ ଏହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖାଦେଇଛି. ଗଜପତି ଜିଲ୍ଲା ରାୟଗଡ ବ୍ଲକରେ. ଏଠାକାର ବ୍ଲକ ଅଧ୍ୟକ୍ଷାଙ୍କ ସହ ବ୍ଲକ ବିଡ଼ିଓ କୌଣସି ଦାୟିତ୍ବ ନଥିବା ଲକ୍ଷ୍ୟ କରାଯାଇଛି. ଏମାନେ ବ୍ଲକ ପରିସରରେ ଥିବା ମହାପୁରୁଷଙ୍କୁ ଭୁଲିଯାଇଥିବା ଦେଖୁବାକୁ ମିଳିଛି l ନବ ଉତ୍କଳର ନିର୍ମାତା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କର ଜନ୍ମଭୂମି ପାରଳାଖେମୁଣ୍ଡି ଠାରୁ ମାତ୍ର ୩୦ କିମି ଦୂରରେ ଅବସ୍ଥିତ ରାୟଗଡ଼ା ବ୍ଲକ ମହକୁମା. ହେଲେ ଏହି ବ୍ଲକର ମୁଖିଆ କୁହାଯାଉଥିବା ବ୍ଲକ ଅଧିକାରୀଙ୍କ ସମେତ ବ୍ଲକ ଅଧ୍ୟକ୍ଷାଙ୍କ ଦାୟିତ୍ବହୀନତା କାରଣରୁ ଗତକାଲିର ପବିତ୍ର ଉତ୍କଳ ଦିବସରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି କିମ୍ବା କାର୍ଯ୍ୟାଳୟରେ ଥିବା ମହାପୁରୁଷଙ୍କ କୌଣସି ଏକ ଫଠୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ସ୍ବରୂପ ପୁଷ୍ପାଞ୍ଜଳି କିମ୍ବା ଗୋଟିଏ ଫୁଲ ମାଳଟିଏ ମଧ୍ଯ ପିନ୍ଧାଯାଇନାହିଁ। ଘଟଣା ନେଇ ସମ୍ପୃକ୍ତ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟଯେ ରାୟଗଡା ବ୍ଲକରେ ସ୍ଥାୟୀ ବିଡ଼ିଓ ନାହାନ୍ତି. ଏଠାକାର ତହସିଲଦାର ବିଡ଼ିଓ ଦାୟିତ୍ୱରେ ରହିଛନ୍ତି. ସେ ବର୍ତ୍ତମାନ କୌଣସି କାରଣରୁ ଛୁଟିରେ ରହିଛନ୍ତି. ହେଲେ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ଏହି ବ୍ଲକର ଅନ୍ୟତମ ମୁଖ୍ୟ ବ୍ଲକ ଅଧକ୍ଷା ଓ ଅନ୍ୟାନ୍ୟ ଅଧିକାରୀମାନେ ଓଡିଶା ଦିବସ ଅବସରରେ ଖାସ କରି ବ୍ଲକ ଅଫିସ ପରିସରରେ ଥିବା 3 ମହା ପ୍ରତିମୂର୍ତ୍ତିରେ କିଭଳି ଫୁଲମାଳଟିଏ ମଧ୍ୟ ଦେଇପାରିଲେନାହିଁ. ସମ୍ପୃକ୍ତ ଘଟଣା ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁଧ୍ୟାନ ସହ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା : ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ - ପ୍ରସାଦ ଓ ପଣା ବଣ୍ଟନ by Proprietor Abhimanyu Maharana October 1, 2026 ବିରିଡି ବ୍ଲକରେ ଖାଦ୍ୟ, ପୋଷଣ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ତାଲିମ by Proprietor Abhimanyu Maharana October 1, 2026 ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ by Proprietor Abhimanyu Maharana October 1, 2026 ଆଠ ଜଣ ରେଳ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 1, 2026 ନୟାଗଡ଼ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ପି. ଏମ. ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, by Proprietor Abhimanyu Maharana September 30, 2026 होटल प्रबंधन संस्थान, भुवनेश्वर द्वारा हिंदी पखवाड़ा - 2026 का भव्य समापन समारोह एवं कवि सम्मेलन “हास्य सुरभि 2.0” का आयोजन by Proprietor Abhimanyu Maharana September 30, 2026