ଇଫତାର ପାର୍ଟିରେ ଭାଇଚାରା କାର୍ଯ୍ୟକ୍ରମ

ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) :-  ଧର୍ମ-ଧର୍ମ ସଂପ୍ରଦାୟ-ସଂପ୍ରଦାୟ ମଧ୍ୟରେ ଭାଇଚାରା ଓ ସଂପ୍ରତି ବଜାଇରଖିବା ଉଦ୍ଦେଶ୍ୟରେ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ବରେ ଏକ ବିଶାଳ ଇଫତାର ପାର୍ଟି ବନ୍ଧୁମିଳନ କାର୍ଯ୍ୟକ୍ରମ ୟୁନିଟ୍-୩ ସ୍ଥିତ ଓଏଏସଏ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଇଫାତାର ପାର୍ଟିରେ ରାଜ୍ୟର କୋଣ ଅନୁକୋଣରୁ ବହୁ କ୍ଷେତ୍ରରେ ପ୍ରତିଷ୍ଠିତ ଓ ବିଶିଷ୍ଠ ବର୍ଗ ପ୍ରତିନିଧିମାନେ ଯୋଗଦେବା ସହ ଯୁବଛାତ୍ର ମହିଳାନେତ୍ରୀ ଓ ଆଗୁଆ ସାମାଜିକ କର୍ମୀ ଯୋଗଦେଇଥିଲେ ।

ଏହି ଅବସରରେ ମନୱର ଅଲ୍ଲୀ ହିନ୍ଦୁ, ମୁସଲିମ, ଶିଖି, ଇସାଇ ଆମେ ସବୁ ଭାଇ ଭାଇ, ମନ୍ଦିର, ମସଜିଦ, ଗୁରୁଦ୍ୱାର ଭାଇଚାରାର ବାର୍ତା ଦେଇଛନ୍ତି କହିଛନ୍ତି ଯେ, ବିଭିନ୍ନ ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖି ସମାଜକୁ ଭାଗ ଭାଗ କରିବା ପାଇଁ ଧର୍ମୀୟ ଉନ୍ମାଦନା ଓ ଜାତିଅଣା ଉଦ୍ଦେଶ୍ୟ ସୃଷ୍ଟି କରାଯାଉଛି । ଏସବୁରେ ପୂର୍ଣ୍ଣଛେଦ ପକାଇ ଏକ ସଂହତିପୂର୍ଣ୍ଣ ସୁସ୍ଥ ସମାଜ ସଂରଚନା ପାଇଁ ଇଫାତର ପାର୍ଟି ପ୍ରତି ବର୍ଷ ପରି ଚଳିତ ବର୍ଷ ଆୟୋଜନ କରାଯାଇଛି । ଏଭଳି ବନ୍ଧୁ ମିଳନ ବିଭିନ୍ନ ବର୍ଗ ଓ ସଂପ୍ରଦାୟକୁ ନିକଟତର କରାଏ । ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଅନ୍ୟମାନେ ସମୟ କାଢ଼ି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ପୋଲିସ୍ କମିସନର ଏସ୍ ଦେବଦତ୍ତ ସିଂ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ଭଦ୍ରକ ପୌରାଧ୍ଯକ୍ଷା ଗୁଲମଜ୍ଜି, ଭୁବନେଶ୍ଵର ବିଧାୟକ ଅନନ୍ତ ନାରାୟଣ ଜେନା, ସିପିଆଇଏମ୍ ନେତା ସୁରେଶ ପାଣିଗ୍ରାହୀ,

କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ, ଯୁଝିଷ୍ଠିର ଦାସ, ତିରୁପତି ପ୍ରାଣିଗ୍ରାହୀ, ବିଜେଡ଼ି ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ସୋଫିଆ ଆଲାମ, ଜାହିର ଖାନ୍ନ, ଅମିତ ଜେନା, ରୁଦ୍ର ସାମନ୍ତରାୟ, ସଂଗ୍ରାମ କେଶରୀ ପାଇକରାୟ, ସମାଜ ସେବୀ ମନୋଜ ଜେନା, ବାସୁଦେବ ଭଟ୍ଟ, ମଧୁସ୍ମିତା ସାମଲ, ମମତା ରାଣୀ ଜେନା, ସୁପ୍ରିୟା ମିଶ୍ର, ମିନତୀ ମହାନ୍ତି, ସୁନୀଲ ସେକ୍, ଏମଡି ଇମତିଆଜ୍, ସେକ୍ ହେଦି, ଏମଡି ନଦିମ୍, ସେକ୍ ସକିଲ ରହେମନ, ଅୟୁବ ଖାନ, ରିଆଜ ବେଗି ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version