Home ଓଡ଼ିଶା ବାଲିପାଟଣା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସରେ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ୱତନ୍ତ୍ର ଉତ୍କଳ ଦିବସ ଉପଲକ୍ଷେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାତା ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବାଗଦେଵୀ ବିଦ୍ୟା ମନ୍ଦିର ତରଫରୁ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ଅଧ୍ୟକ୍ଷା ପ୍ରବିତ୍ରା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏଥିରେ ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଓ ଅନ୍ୟାନ୍ୟ ଦେଶ ପ୍ରେମୀ ମାନଙ୍କୁ ମାଲ୍ୟାର୍ପଣ କରାଯାଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିଚାଳନା ପରିଷଦ ସଭାପତି ଦିଲ୍ଲୀପ କୁମାର ଓଝା ଓ ସମ୍ପାଦକ ଅଭିମନ୍ୟୁ ନାୟକ ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିପରି ଓଡ଼ିଶା ଗ୍ରୀନ ଫୋର୍ସ ଓ ବାଲିପାଟଣା ପ୍ରେସ କ୍ଲବ୍ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଶିଶୁ ଅନନ୍ତ ମହାବିଦ୍ୟାଳୟ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଅବସର ପ୍ରାପ୍ତ ଅଧ୍ୟାପକ ସହଦେବ ମଲ୍ଲିକ,ଅମରେନ୍ଦ୍ର ମହାନ୍ତି,ସୁବାସ ରାଉତରାୟ ଓ ଗ୍ଲୋବାଲ କମ୍ପ୍ୟୁଟର ର ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରା ରେ ଯୋଗ ଦେଇଥିବା ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ବ୍ଲକ ପ୍ରଶାସନ ତରଫରୁ ଏ ବି ଡି ଓ ଅନ୍ନଦା ଚକ୍ର,ଏମ୍ ଆଇ ନେତ୍ରାନନ୍ଦ ବେହେରା ଓ ପ୍ରଭାତ ଜେନା ପ୍ରମୁଖ ବହୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ସେହିପରି ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଶୈଳବାଳା ମେକାପଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍କଳ ଦିବସରେ ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ପରି ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା , ଅନୁଷ୍ଠାନ ପକ୍ଷରୁ ମହାପୁରୁଷଙ୍କ ଜୀବନୀ ଉପରେ ଛାତ୍ର ଛାତ୍ରୀମାନଙ୍କୁ ବୀର ମହାପୁରୁଷଙ୍କ ପରି ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ନିଜକୁ ଗଢିତୋଳିବା ପାଇଁ ଉପସ୍ଥିତ ଅତିଥିମାନେ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ବିଜୟ କୁମାର ବେହେରା, ପରିଚାଳନା କମିଟିର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, କୃପା ନେତ୍ରର ସଂପାଦକ ରବୀନ୍ଦ୍ର କୁମାର ପାତ୍ର ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ରହି ମହାପୁରୁଷଙ୍କ ଗୁଣଗାନ କରିଥିଲେ । ବ୍ଲକର ବହୁ ଶିକ୍ଷାନୁଷ୍ଠାନ ଓ ସ୍ବେଛାସେବୀ ଅନୁଷ୍ଠାନ ମାନେ ଉତ୍କଳ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ by Proprietor Abhimanyu Maharana May 6, 2026 ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ by Proprietor Abhimanyu Maharana May 6, 2026 ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର by Proprietor Abhimanyu Maharana May 6, 2026 ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ by Proprietor Abhimanyu Maharana May 6, 2026 ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି by Proprietor Abhimanyu Maharana May 6, 2026 ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର by Proprietor Abhimanyu Maharana May 6, 2026