ସାଇ ଗ୍ଲୋବାଲ କିଡ଼ସ ସ୍କୁଲର ଦଶମ ପ୍ରତିଷ୍ଠା ଦିବସ ସହିତ ଉତ୍କଳ ଦିବସ ପାଳିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍)  :- ସ୍ଥାନୀୟ ଭି. ଆଇ. ପି ରୋଡ ସ୍ଥିତ ସାଇ ଗ୍ଲୋବାଲ କିଡ଼ସ ସ୍କୁଲ ପରିସରରେ ଏହାର ଦଶମ ପ୍ରତିଷ୍ଠା ଦିବସ ସହିତ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି. ବରିଷ୍ଠ ଆଇନଜୀବୀ ତଥା ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପୁଷ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଅନୁଷ୍ଠାଣିକ ଭାବେ ଉଦଘାଟନ କରି କହିଲେକି ମାତୃଭୂମି ଓ ମାତୃଭାଷା ର ସୁରକ୍ଷା ପାଇଁ ଆମ୍ଭେସମସ୍ତେ ଆମ୍ଭର ପିଲାମାନଙ୍କୁ ଶିକ୍ଷା ଦେବା ଜରୁରୀ.

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାମ୍ବାଦିକ ତଥା ପତଞ୍ଜଳି ଯୋଗ ସମିତିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେଶ ପ୍ରସାଦ ରଥ ମୁଖ୍ୟ ବକ୍ତାଭାବେ, ଫାର୍ମାସି ମହାବିଦ୍ୟାଳୟର ସଭାନେତ୍ରୀ ତଥା ଶ୍ରୀକ୍ଷେତ୍ର ଚିନ୍ତନ ଚକ୍ରର ସଭାପତି ଶ୍ରୀମତୀ ଅନିମା ଦାଶ, ସାନମାନିତ ଅତିଥି ଭାବେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାନ୍ତି ଓ ଶ୍ରୀଯୁକ୍ତ କ୍ଷେତ୍ରବାସୀ ରଥ ପ୍ରମୁଖ ଯୋଗଦେଇ ଆଜିର ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ.

ପ୍ରାରମ୍ଭରେ ବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ସୁଶ୍ରୀ ପ୍ରିୟଦର୍ଶିନୀ ପାଣି ଅଥିତି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନେହଲତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ. ଶିକ୍ଷୟତ୍ରୀମାନଙ୍କଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ଅତିଥି ମାନଙ୍କ ଦ୍ୱାରା କେକ କଟା ଯିବା ସହ ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା.

Exit mobile version