ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ

ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍)  :-  ବରିଷ୍ଠ ନାଗରିକ ସଂଘ, ନାଚୁଣୀ ର ୨ୟ ବାର୍ଷିକ ଉତ୍ସବ ଓ ୯୦ ତମ ଉତ୍କଳ ଦିବସ ଵଡପଦର କଉଡ଼ି ଖଣି ସ୍ଥିତ ମନ୍ଦିର କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ସଂଘ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କର ଏକ ଶୋଭାଯାତ୍ରା ନାଚୁଣୀ ୟୁକୋ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାର କରାଯାଇ ଉତ୍କଳ ଦିବସ ଆଧାରିତ ସ୍ଲୋଗାନ ମଧ୍ୟରେ ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ସଂଘ ର ସ୍ଥାୟୀ ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ବରିଷ୍ଠ ନାଗରିକ ସଂଘ ର ଉପଦେଷ୍ଟା ଡ଼ାଃ ମଧୂସୁଦନ ସେନାପତି, ମୁଖ୍ୟ ବକ୍ତା ଭାବେ ଟାଙ୍ଗୀ ବରିଷ୍ଠ ନାଗରିକ ସଂଘ ର ଉପ ସଭାପତି ତଥା କୁହୁଡି ଜନତା ମହାବିଦ୍ୟାଳୟ ର ପ୍ରାକ୍ତନ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼ଃ। ଚନ୍ଦ୍ର ଶେଖର ଦାଶ,

ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର କୈଳାସ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା, ଦୈନିକ ଦିନଚର୍ଯ୍ୟା,ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଵକ୍ତା ମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ରାମଚନ୍ଦ୍ର ମାର୍ଥା, ଭିକାରୀ ଚରଣ ପ୍ରଧାନ, ସାମ୍ବାଦିକ ପ୍ରଦୋଷ କୁମାର ଦାସ ପ୍ରମୁଖ ଓଡ଼ିଆ ଅସ୍ମିତା , ଓଡ଼ିଆ ଭାଷା ର ପ୍ରାଚୀନତା ଏଵଂ ଓଡ଼ିଶାର ଐତିହ୍ୟ ସମ୍ପର୍କରେ ସାରଗର୍ଭକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସମ୍ପାଦକ ଦେବେନ୍ଦ୍ର ନାଥ ମହାରଥା ବାର୍ଷିକ ବିବରଣୀ ପଠନ କରିଥିଲେ ।

ପଣ୍ଡିତ ରାମଚନ୍ଦ୍ର ଶତପଥୀ ଓ ଦିଲ୍ଲୀପ କୁମାର ଦାଶ ଵେଦ ପାଠ କରିଥିଲେ ଏବଂ ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର ଦେଶାତ୍ମବୋଧକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ସଭ୍ୟା ସତ୍ୟବାଦୀ ପ୍ରଧାନ, ରଘୁନାଥ ନନ୍ଦ ଏଵଂ ସରୋଜିନୀ ଦେଈଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ର ବରିଷ୍ଠ କର୍ମକର୍ତ୍ତା ମକରଧ୍ବଜ ପଲେଇ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ହରିବନ୍ଧୁ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version