ନୂଆଗାଁ ବ୍ଲକ୍ ରେ ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ  (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସଦ ଭାବନା ଗୃହରେ ପ୍ରଧାନମନ୍ତ୍ରୀ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ଅମୃତ କୁମାର ରାଉଳ,ସ୍ବାସ୍ଥ୍ୟ ଅଧିକାରୀ ବନମାଳୀ ପ୍ରଧାନ, ମହିପୁର ସି ଏଚ ସି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଦେବୀ ପ୍ରସାଦ ପ୍ରଧାନ,

ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଏ ବି ଡି ଓ ସ୍ବଦେଶ ରଞ୍ଜନ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଡ କିପରି ଲୋକମାନେ ପାଇ ପାରିବେ ସେ ନେଇ କମିଟି ଗଠନ କରାଯିବା ସହ ଏହା ବ୍ଲକ୍ ର ଚାରୋଟି ସ୍ଥାନ ମହିପୁର, ବହାଡ ଝୋଲା,ନୂଆଗାଁ ଏବଂ ଡିମିରି ପଲ୍ଲୀ ଠାରେ ବଣ୍ଟନ କରାଯିବା ନେଇ ପ୍ରଶାସନ ପକ୍ଷରୁ ସ୍ଥିର କରଯାଇଥିଲା । ଏହି ପ୍ରସ୍ତୁତି ବୈଠକ ରେ ଜନ ପ୍ରତିନିଧି ମାନଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version