ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଏପ୍ରିଲ ପହିଲା ଉତ୍କଳ ଦିବସ ପାଳନ ଅବସରରେ ଦଶପଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ର ଏଥିରେ ସଭାପତିତ୍ବ କରିଥିଲାବେଳେ ଏହି ଆଲୋଚନାଚକ୍ର କୁ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା ସଂଯୋଜନା କରିଥିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳ ଦିବସ ପାଳନ ତଥା ବୁଦ୍ଧିଜୀବୀ ମାନଙ୍କ ଭିତରେ ଏହାର ଗୌରବମୟ ଐତିହ୍ୟକୁ ମନେପକାଇ କଷ୍ଟଲବ୍ଧ ସ୍ଵତନ୍ତ୍ର ଉତ୍କଳର ଅଖଣ୍ଡତା ର ସୁରକ୍ଷା ପାଇଁ ସମସ୍ତେ ଅନ୍ତାଭିଦି ବାହାରିବା ପାଇଁ ଆହ୍ବାନ ଦେଇଥିଲେ ।
