ଚର୍ଚ୍ଚାରେ ଚା’ ବାଲା” : ଗ୍ରାଜୁଏଟ୍ ହୋଇ ବି ନାହିଁ ଚାକିରୀ ନିଶା

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍)  :- କାହ୍ନା ଚା ଦୋକାନରେ ମିଳିଯାଏ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ମ ସବୁ ଖବର । ସବୁ ବର୍ଗର ଲୋକ ତାକଂ ଚା ଦୋକାନରେ ମେଳ । ନାଁ ଟି ହେଉଛି କାହ୍ନା ,ବୟସ ପାଖାପାଖି ୩୩ ,ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ , ପେଷା ଚା’ ଦୋକାନ l

ଦଶପଲ୍ଲା ଏନଏସି ଅନ୍ତର୍ଗତ ଦୂର୍ଗା ବଜାର ମା ସୁକୁକୁଟୀଙ୍କ ମନ୍ଦିର ଯିବା ରାସ୍ତା କଡରେ ଥିବା ଚା’ ଦୋକାନଟିର ପରିଚୟ ହେଉଛି “ଗ୍ରାଜୁଏଟ ଚା’ ବାଲା” l ଏ ହେଉଛି ମିଷ୍ଟଭାଷି ଅସିତ୍ ବାଇ ଓରଫ୍ କାହ୍ନାଙ୍କ ଚା’ ଦୋକାନର ପରିଚୟ l ସୂର୍ଯ୍ୟ ଉଇଁଲା ବେଳକୁ ଓ ସୂର୍ଯ୍ୟ ନଇଁଲା ବେଳକୁ ଚର୍ଚ୍ଚିତ ଗ୍ରାଜୁଏଟ କାହ୍ନାଙ୍କ ଚା’ ଦୋକାନରେ ବେଶ୍ ଭିଡ଼ ଜମେ  l

ଚା’ ସାଙ୍ଗକୁ ଖୁସି ମଜାରେ ସେଠାରେ ସମୟ ବିତାନ୍ତି ଚା’ ପ୍ରେମୀ l ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ପଛରେ ନ ଗୋଡାଇ ଚା’ ଦୋକାନକୁ ଆଦରି ନେଇଥିବା କାହ୍ନାଙ୍କ ଗ୍ରାଜୁଏଟ ଚା’ ଦୋକାନକୁ ନେଇ ସବୁଠି ଚର୍ଚ୍ଚା ବେଶ୍ ଶୁଣିବାକୁ ମିଳୁଛି l

Exit mobile version