ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦଶପଲ୍ଲା ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ବା ରାଷ୍ଟ୍ରୀୟ ନବବର୍ଷ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି । ଦିବସ ପାଳନ ପୂର୍ବରୁ ଦଶପଲ୍ଲାର ସମସ୍ତ ସ୍ବୟଂସେବକ ସହରରେ ଗୈରିକ ଧ୍ବଜ ବାନ୍ଧି ଲିଫ୍ଲେଟ୍ ପ୍ରଦାନ କରିବା ସହ କାନ୍ଥ ଲିଖନ ମାଧ୍ୟମରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ ଜଣାଇ ଛନ୍ତି । ଆଜିର ନବବର୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ହରିହର ପଣ୍ଡା ଯୋଗ ଦେଇଥିଲେ l

