ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତବର୍ଷ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଓ କୁଆଁରିଆ ମହୋତ୍ସବ ପୂର୍ବାପେକ୍ଷା ଅଧିକ ସରସ ସୁନ୍ଦର ଓ ଲୋକାଭିମୁଖୀ ହେବ। ଲଙ୍କାପୋଡ଼ି ଯାତ୍ରା କମିଟି ପକ୍ଷରୁ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିସରରେ ସନ୍ଧ୍ୟାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି।ଯାତ୍ରା କମିଟିର ସଭାପତି ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା ।
