Home ଓଡ଼ିଶା ଦଶପଲ୍ଲା ଓକିଲ ସଂଘର ନିର୍ବାଚନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ କ୍ରମେ ତା ୨୯.୦୩.୨୫ ରିଖ ରେ ଦଶପଲ୍ଲା ଓକିଲ ସଂଘ (ଦଶପଲ୍ଲା ବାର) ର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ସ୍ଵୀକୃତ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ ନିର୍ବାଚନ ପରିଚାଳନା କରି୨୦୨୫-୨୬ ବର୍ଷପାଇଁ ନିମ୍ନମତେ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିବା ସହିତ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ଜଣାଇ ଦେଇଛନ୍ତି । ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ସୁଶାନ୍ତ କୁମାର ପାତ୍ର, ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ବେହେରା, ଉପସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ, ସହ ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର, ଲାଇବ୍ରେରୀ ସମ୍ପାଦକ ଶ୍ରୀ କେଶବ ଚନ୍ଦ୍ର ମିଶ୍ର ଓ କୋଷାଧ୍ୟକ୍ଷ ଶ୍ରୀ ପ୍ରଣବ ପ୍ରଜ୍ଞା ମିଶ୍ର ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସର୍ବଶ୍ରୀ ଗୌର ଚନ୍ଦ୍ର ମିଶ୍ର, ମାନସ କୁମାର ମହାଖୁଡ, ଦିଲ୍ଲୀପ କୁମାର ପଣ୍ଡା, ଆଲୋକ ସେନାପତି ଓ ଉପେନ୍ଦ୍ର କୁମାର ମିଶ୍ର ଙ୍କ ନାମ ନିର୍ବାଚନ ଅଧିକାରୀ ଶ୍ରୀ ଦାସ ଘୋଷଣା କରିଛନ୍ତି।ପ୍ରକାଶ ଥାଉକି ଖୁସିର କଥା ଯେ ସମସ୍ତ ପଦବୀ ପାଇଁ କର୍ମକର୍ତ୍ତା ମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ l ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଦାସ ଏକ ବିବୃତିରେ ଅବଗତ କରାଇଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026