ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଜଗତସିଂହପୁର ଜିଲ୍ଲା ର ପ୍ରତ୍ୟେକ ମୁସଲମାନ ବସ୍ତିରେ ଇଦ-ଉଲ-ଫିତର ପର୍ବ ସୋମବାର ପାଳିତ ହୋଇଯାଇଛି l ମହାପୁରୁଷ ମହମ୍ମଦ ଙ୍କ ଦ୍ୱାରା ଏହି ମାସରେ କୋରାନ ସମ୍ପୂର୍ଣ କରାଯାଇଥିଲା l ତାଙ୍କ ଆଦେଶ ଅନୁସାରେ ସାରା ମାସଟି ମୁସଲମାନ ଭାଇ ଭଉଣୀ ମାନେ ରୋଜା ରଖନ୍ତି l ଦିବସ ସାରା ଉପବାସ ରହି ସନ୍ଧ୍ୟାରେ ରୋଜା ଫିଟାଇ ଖାଦ୍ୟ ପାନୀୟ ଖାନ୍ତି l କାରଣ ଏହାଦ୍ୱାରା ଇନ୍ଦ୍ରିୟ ମାନଂକୁ ଆୟତ୍ତ ରଖାଯାଇଛି ଥାଏ ବୋଲି ଜଗତସିଂହପୁର ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲ ର ସଭାପତି ମୀର ଆଜମୀର ଅଲ୍ଲୀ ଓ ମହମଦ ଇଲିୟାସ ଖାଁ କହିଛନ୍ତି l

