ଭାଣପୁର ଜ୍ୟୋସ୍ନା ବିହାର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଟକ (ଓଡ଼ିଶା ତାଜା ନ୍ୟୁଜ୍)  କଟକ :-  ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ବାମ ପାର୍ଶ୍ଵ ଭାଣପୁର ଠାରେ ଥିବା ଜ୍ୟୋସ୍ନା ବିହାର ଡେଭଲ୍ପମେଣ୍ଟ ସୋସାଇଟି ପକ୍ଷରୁ ରବିବାର ଦିନ ଏକ ଦିବସୀୟ ଜ୍ୟୋସ୍ନା ବିହାର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚକୁ ଜ୍ୟୋସ୍ନା ବିହାର ଡେଭଲ୍ପମେଣ୍ଟ ସୋସାଇଟିର ସଭାପତି ସମାଜସବୀ ପ୍ରଭାତ କୁମାର ନନ୍ଦ ଫିତା କାଟି ଉଦଘାଟନ କରିଥିଲେ । ସୋସାଇଟିର ସଂପାଦକ ଭାଗିରଥି ରାଉତ , ସିଏମସି ୫୮ ନମ୍ବର ୱ।ର୍ଡ଼ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ବର୍ତ୍ତମାନ ଗ୍ରାମ ଠାରୁ ସହର ଏବଂ ରାଜ୍ୟ ଠାରୁ ଦେଶ ବିଦେଶରେ କ୍ରିକେଟ ଖେଳପ୍ରତି ପିଲାଙ୍କ ଠାରୁ ବୟସ୍କ ଲୋକଙ୍କ ମଧ୍ୟରେ କ୍ରିକେଟ ଖେଳ ପ୍ରତି ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । କ୍ରିକେଟ ଖେଳ ପ୍ରତି ରୁଚି ରଖୁଥିବା ଖେଳାଳୀ ମାନେ ନିଷ୍ଠା ଏବଂ ଏକାଗ୍ରତା ମନୋଭାବ ନେଇ ଖେଳିଲେ ଆଗକୁ ବଢ଼ିବା ସହିତ ସଫଳତା ହାସଲ କରିପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଜ୍ୟୋସ୍ନା ବିହାର ଷ୍ଟାର , ଜ୍ୟୋସ୍ନା ବିହାର ବ୍ରଦର୍ସ ଇଲେଭେନ , ଜ୍ୟୋସ୍ନା ବିହାର ସୁପରଷ୍ଟାର , ଜ୍ୟୋସ୍ନା ବିହାର ରେନବୋ ୱ।ରିଅର୍ସ ୪ ଗୋଟି ଟିମ ପରସ୍ପର ମଧ୍ୟରେ ଲିଗ୍ ମ୍ୟାଚ ଖେଳିଥିଲେ । ଫାଇନାଲ ଟୁର୍ଣ୍ଣାମେଣ୍ଟ ଜ୍ୟୋସ୍ନା ବିହାର ବ୍ରଦର୍ସ ଇଲେଭେନ ଭର୍ସେସ ଜ୍ୟୋସ୍ନା ବିହାର ଷ୍ଟାର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଜ୍ୟୋସ୍ନା ବିହାର ଷ୍ଟାରକୁ ହରାଇ ଜ୍ୟୋସ୍ନା ବିହାର ଇଲେଭେନ ବ୍ରଦର୍ସ ଚମ୍ପିୟାନ ହୋଇଥିଲା ।

ମୁଖ୍ୟ ଅତିଥି ପ୍ରଭାତ କୁମାର ନନ୍ଦ ଏବଂ ଜ୍ୟୋସ୍ନା ବିହାର ଉନ୍ନୟନ ପରିଷଦର ସଂପାଦକ ଭାଗିରଥି ରାଉତ , ଜ୍ୟୋସ୍ନା ବିହାର ଇଲେଭେନ ବ୍ରଦର୍ସକୁ ଚମ୍ପିୟାନ ଟ୍ରଫି ଏବଂ ଜ୍ୟୋସ୍ନା ବିହାର ଷ୍ଟାର ଦଳକୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ ।କ୍ୟାପଟେନ ସଂଗ୍ରାମ ଏବଂ କ୍ୟାପଟେନ ଆଲୋକ ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ । ଏଥିରେ ଜ୍ୟୋସ୍ନା ବିହାର ଡେଭଲ୍ପମେଣ୍ଟ ସୋସାଇଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Exit mobile version