ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଅଧିବାସୀଙ୍କୁ ନେଇ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯେଉଁଥିରେ ନିଜେ ଅପରାଜିତା ଉପସ୍ଥିତ ରହି ଜଣଜଣ କରି ୮ଶହରୁ ଉର୍ଦ୍ଧ୍ୱ ଲୋକଙ୍କର ସମସ୍ୟା ଶୁଣିଛନ୍ତି । ସଂନ୍ଧ୍ୟା ୫ ଟାରୁ ଆରମ୍ଭ କରି ରାତି ୧୧ଟା ପର୍ଯ୍ୟନ୍ତ ଅନବରତଭାବେ ସାଂସଦ ସମସ୍ୟାମାନ ଶୁଣିଥିଲେ । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ଆରମ୍ଭ କରି ରାସନ କାର୍ଡ, ଲେବର କାର୍ଡ, ସ୍କୁଲରେ ଆଡମିଶନ, ମେଡ଼ିକାଲ ସମ୍ୱନ୍ଧୀୟ ଭଳି ବିଭିନ୍ନ ପ୍ରକାରର ସମସ୍ୟା ନେଇ ମ୍ୟାଡାମ ଅପରାଜିତାଙ୍କ ପାଖରେ ପହଞ୍ଚିଥିଲେ ଅଞ୍ଚଳବାସୀ ।

