Home ଓଡ଼ିଶା ବାର୍ଷିକ ଉତ୍ସବ ରେ ନିଶା ନିବାରଣ ର ବାର୍ତ୍ତା ଦେଲେ ଛାତ୍ରୀ ମାନେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବାଣପୁର ବ୍ଲକ ର ସୁନାକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନେ ବାର୍ଷିକ ଉତ୍ସବ ଅବସରରେ ଏକ ନିଆରା ପ୍ରଭାବ ଶାଳୀ ବାର୍ତ୍ତା ସମାଜ କୁ ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଅଞ୍ଚଳ ରେ ମଦନିଶାର କୁପ୍ରଭାବ ଵ୍ରୃଦ୍ଧି ପାଉଥିବାରୁ ପ୍ରତିକ୍ରିୟା ଶୀଳ ଛାତ୍ରୀ ପ୍ରତିଭା,ଲିତୁ,ଶିବାନୀ,ସାଈସ୍ମିତା,କରିସ୍ମା,ଆୟୂଷା, ଲିପ୍ସା, ସଞ୍ଜୁକ୍ତା ଲକ୍ଷ୍ମୀ ପ୍ରିୟା, ଅର୍ଚ୍ଚିତା, ରୋଜାଲିନ ପ୍ରମୁଖ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୂତି ଭୂଷଣ ଦାଶ ଙ୍କ ରଚିତ ଏଵଂ ଭିକାରୀ ଚରଣ ପ୍ରଧାନ ଙ୍କ ନିର୍ଦ୍ଦେଶିତ ନାଟକ ମଦ ରାକ୍ଷସ ଉତ୍ସବ ମଞ୍ଚ ରେ ମଞ୍ଚସ୍ଥ କରିଥିଲେ । ୧୯୨୮ ମସିହାରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି ଏବଂ ବାଣପୁର ବାର୍ ଆସୋସିଏସନ୍ ର ବରିଷ୍ଠ ଆଇନଜୀବୀ ଆଇନଜୀବୀ ରାଜକିଶୋର ପଣ୍ଡା ମୁଖ୍ୟ ଅତିଥି, ସଙ୍ଗୀତ ଜ୍ଞ ଗୈ।ରାଙ୍ଗ ଚରଣ ମୁଦୁଲି, ପ୍ରାକ୍ତନ ଶିକ୍ଷକ ରାମଚନ୍ଦ୍ର ମଙ୍ଗରାଜ, ଓ୍ଵାର୍ଡ ସଭ୍ୟା କବିତା ନାୟକ, ପ୍ରାକ୍ତନ ଶିକ୍ଷକ ଗଣେଶ ମୁଦୁଲି, ନନ୍ଦ ପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ମନମୋହନ ବସ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମାଜ ଗଠନ ଦିଗରେ ଲବ୍ଧ ଶିକ୍ଷା କୁ ଉପଯୋଗ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କ୍ରୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ବିଭୂତି ଭୂଷଣ ଦାଶ, ରଞ୍ଜିତା କୁମାରୀ ଦେଵୀ, ତ୍ରିନାଥ ଵାରିକି, ଦେବ ଦର୍ଶିନୀ ବିଶ୍ଵାଳ ପ୍ରମୁଖ ସହାୟତା କରିଥିଲେ। ସଚେତନତା ମୂଳକ ନାଟକ ପ୍ରଦର୍ଶନ ସହ ଛାତ୍ରଛାତ୍ରୀ ମାନେ ମନୋଜ୍ଞ ନ୍ରୃତ୍ୟ ଓ ସଙ୍ଗୀତ ବିଚିତ୍ରା ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ବିଭୂତି ଭୂଷଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ। by Proprietor Abhimanyu Maharana October 10, 2026 ଆକ୍ୱାପଲ୍ସର ବାର୍ଷିକ ସମ୍ମିଳନୀ ୨୦୨୬ : ‘ପଣ୍ଡ ଟୁ ପୋର୍ଟ’ ଟେକ୍ନୋଲୋଜି ଷ୍ଟାକ୍ ଉନ୍ମୋଚିତ, ଚିଙ୍ଗୁଡ଼ି ଚାଷୀ ଓ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 10, 2026 ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି ଲାଞ୍ଜିଗଡ଼ରେ କମ୍ପାନୀର ସଖୀ ଏସ୍ଏଚ୍ଜି ଉଦ୍ୟମରେ ଏହି ପଦକ୍ଷେପ ନିଆଯାଇଛି by Proprietor Abhimanyu Maharana October 10, 2026 Vedanta Aluminium Empowers 100+ SHG Women with Ragi-Based Entrepreneurial Avenues in Lanjigada by Proprietor Abhimanyu Maharana October 10, 2026 Dr. Ashok Kumar Mittal Brings Together Leaders, Faith Traditions, Country Ambassadors and Sporting Champions at ‘Seva Sankalp – Rashtranirman Ke 25 Saal’ by Proprietor Abhimanyu Maharana October 10, 2026 ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ by Proprietor Abhimanyu Maharana October 10, 2026